
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଅନ୍ତର୍ଗତ ହାତୁରା ଦଳିତ ସାହିରେ ଘଟିଯାଇଛି ଅଭାବନୀୟ ଘଟଣା | ରାତିରେ ଶୋଇଥିବା ବେଳେ ଚାଳ ଘରେ ନିଆଁ ଲାଗି ଜଳିଯାଇଛି ୪ ବଖରା ଘର |
ଘରଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯିବା ସହ ସମସ୍ତ କାଗଜପତ୍ର ଲୁଗାପଟା ସବୁ ଜଳିଯାଇଛି | ନିଆଁ ଏତେ ଭୟଙ୍କର ଥିଲା ଯେ, କ୍ଷୟକ୍ଷତି ଅତି ଭୟାବହ ହୋଇଥିଲା |
ଗାଁ ଲୋକେ ଉଠି ରାତି ଅଧରେ ଘର ଉପରେ ପାଣି ପକାଇଥିଲେ ସୁଦ୍ଧା ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା | ଅଗ୍ନି ବିପନ୍ନ ପରିବାରକୁ ଭେଟିଥିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ |
ବିପନ୍ନଙ୍କୁ ସରକାରଙ୍କ ତରଫରୁ କେମିତି ଘର ଯୋଗାଇ ଦିଆଯାଇ ପାରିବ, ସେ ନେଇ ଲୋକଙ୍କ ସହ କଥାବାର୍ତ୍ତା ହେବା ସହ ସେମାନଙ୍କୁ କିଛି ଆର୍ଥିକ ସାହାଯ୍ୟ ସହଯୋଗ କରିଥିଲେ |
ଗ୍ରାମବାସୀ କହିଥିଲେ ସୀମାରାଣୀ ଅପା ଆମ ଦୁଃଖ ସୁଖରେ ସବୁବେଳେ ଠିଆ ହୋଇଛନ୍ତି |