
ସାରା ଦେଶରେ ଏବେ ପ୍ରବଳ ଶୀତର ଲହରି ଚାଲିଛି । କେଉଁଠି ବରଫପାତ ହେଉଛି, ତ ଆଉ କେଉଁଠି ଦିନ ଦୁଇପ୍ରହର ପର୍ଯ୍ୟନ୍ତ କୁହୁଡ଼ି ଛାଡ଼ିବାର ନାଁ ଧରୁନାହିଁ | ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ସହିତ ଛୋଟ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ବାପା ମା’ଙ୍କ ଚିନ୍ତା ବଢ଼ିଯାଇଛି |
ପ୍ରବଳ ଜାଡ଼ରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ବୟସ୍କମାନେ ପ୍ରାୟତଃ ଶୋଇବା ସମୟରେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଭଲଭାବେ ଘୋଡ଼ାଇ ରଖିବାକୁ ପରାମର୍ଶ ଦେଇଥାନ୍ତି |
ଶିଶୁ ବିଶେଷଜ୍ଞଙ୍କ କହିବା ଅନୁସାରେ, ଛୋଟ ପିଲା ଓ ନବଜାତ ଶିଶୁଙ୍କ ଶରୀର ବୟସ୍କଙ୍କ ଠାରୁ ଭିନ୍ନ। ସେମାନଙ୍କ ଶରୀରରେ ‘ବ୍ରାଉନ୍ ଫ୍ୟାଟ୍’ ନାମକ ଏକ ବିଶେଷ ପ୍ରକାର ଚର୍ବି ଥାଏ, ଯାହା ଶରୀରରେ ତାପମାତ୍ରା ସୃଷ୍ଟି କରି ସେମାନଙ୍କୁ ଥଣ୍ଡାରୁ ମୁକ୍ତି ମିଳିଥାଏ | ଶିଶୁମାନଙ୍କ ଶରୀରର ତାପମାତ୍ରା ମୁଣ୍ଡ ମାଧ୍ୟମରେ ନିୟନ୍ତ୍ରିତ ହୁଏ | ଏମିତି ସ୍ଥିତିରେ ଶୋଇବା ସମୟରେ ମୁଣ୍ଡକୁ ଟୋପି କିମ୍ବା କମ୍ବଳରେ ଘୋଡ଼ାଇ ଦେଲେ ଶରୀରର ଅତିରିକ୍ତ ଉଷ୍ଣତା ବାହାରକୁ ବାହାରିପାରେ ନାହିଁ | ଏହା ଫଳରେ ଶିଶୁ ଅତ୍ୟଧିକ ଗରମ ହୋଇପାରେ, ଯାହାକୁ ହଠାତ୍ ଶିଶୁ ମୃତ୍ୟୁର ଏକ ପ୍ରମୁଖ କାରଣ ବୋଲି ଧରି ନିଆଯିଆପାରେ | ଏହାସହିତ, ଶୋଇବା ସମୟରେ ଶିଶୁର ହାତଗୋଡ଼ ହଲାଇଥାନ୍ତି, ଯାହାରେ ଟୋପି ଖସି ମୁହଁ କିମ୍ବା ନାକ ଉପରେ ପଡ଼ି ନିଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି କରିପାରେ | ଡାକ୍ତରଙ୍କ କହିବା ଅନୁସାରେ, ଟୋପି ତୁଳନାରେ ମୋଜା ପିନ୍ଧାଇବା ଅଧିକ ସୁରକ୍ଷିତ | ଯଦି ଶିଶୁ ଶୋଇବା ଘରେ ଅଧିକ ଥଣ୍ଡା ଥାଏ, ତେବେ ହାଲୁକା ମୋଜା ପିନ୍ଧାଇବା ଭଲ | ପାଦ ଉଷୁମ ରହିଲେ ଶିଶୁକୁ ଭଲ ନିଦ ହୋଇଥଏ |
ତେବେ ଏଠାରେ କିଛି ସତର୍କତା ଆବଶ୍ୟକ ରହିଛି , ମୋଜା ଅତ୍ୟଧିକ ଟାଇଟ୍ ହେବା ଉଚିତ୍ ନୁହେଁ ଯଦି ଆପଣ ଟାଇଟ୍ ମୋଜା ପିନ୍ଧନ୍ତି ତେବେ ରକ୍ତ ସଞ୍ଚାଳନକୁ ପ୍ରଭାବିତ କରିପାରେ | ସବୁବେଳେ କପା କିମ୍ବା ହାଲୁକା କପଡ଼ାର ମୋଜା ବାଛନ୍ତୁ | ଯଦି ଶୋଇବା ଘର ଗରମ ରହୁଛି, ତେବେ ମୋଜା ପିନ୍ଧାଇବା କୋଣସି ଆବଶ୍ୟକ ନାହିଁ ବୋଲି ଡାକ୍ତର କହିଛନ୍ତି |