ଶାସ୍ତ୍ରୀୟ ନୃତ୍ୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ ଦର୍ଶକ

ପୁରୀ ସଂସ୍କୃତି ଭବନ ପରିସରରେ ଡ୍ୟାନ୍ସ ଏକାଡେମୀର ରୌପ୍ୟ ଜୟନ୍ତୀ ଅବସରରେ ଶାସ୍ତ୍ରୀୟ ନୃତ୍ୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଚାଲିବ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥିରୁପେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଭାସିସ ଖୁଣ୍ଟିଆଯୋଗ ଦେଇଥିଲେ। ପୁରୀ ଡ୍ୟାନ୍ସ ଏକାଡେମୀର କଳାକାର ମାନେ ସେମାନଙ୍କ ନୃତ୍ୟ ପରିବେଷଣରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ।

ଓଡିଶୀ, ଭାରତନାଟ୍ୟମ ଓ ମାହାରୀ ନୃତ୍ୟ ଆଦି ପରିବେଶଣ କରାଯାଇଥିଲା । ପ୍ରତ୍ୟକ ଶିଳ୍ପୀ ନୃତ୍ୟରେ ଭରି ଦେଇଥିଲେ ଉତ୍କଣ୍ଠା ଓ ଉଲ୍ହାସ । ଅଭିନୟ ଦେଖୋ-ଗୋ,ନାଚନ୍ତି ରଙ୍ଗେ ଶ୍ରୀହରି, ଶିଵତାଣ୍ଡଵ ଆଦି ନୃତ୍ୟରେ ମାହୋଲକୁ ଆହୁରି ଉତ୍ତେଜିତ କରିଦେଇଥିଲା। ଅନୁଷ୍ଠାନ ତରଫରୁ ଶ୍ରୀ ଉପେନ୍ଦ୍ର ପୁରୋହିତଙ୍କୁ ‘ଶ୍ୟାମ ସୁନ୍ଦର ପାଣ୍ଡେ’ ସ୍ମୃତି ସମ୍ମାନ ଦିଆଯାଇଥିବାବେଳେ ଶ୍ରୀ ଶିବନାରାୟଣ ରାୟଙ୍କୁ ‘ଲିଙ୍ଗରାଜ ବେହେରା ସ୍ମୃତି ସମ୍ମାନ’ରେ ସମ୍ମାନ ପ୍ରଦାନ କରଯାଇଥିଲା । ସେହିପରି ଶ୍ରୀ ବିଶ୍ୱଜିତ ମିଶ୍ର ,ଶ୍ରୀ ବିଜୟ କୁମାର ପଟ୍ଟନାୟକଙ୍କୁ ‘ପୁରୀ ଶ୍ରୀ ଗୌରବ ସମ୍ମାନ’ ପ୍ରଦାନ କରଯାଇଥିଲା।

ସୁଦୂର କଲିକତାରୁ ଆସିଥିବା ଗୁରୁ ଦେବଜାନୀ ବାସୁ ଭାରତ ନାଟ୍ୟମ ଓ ପୁରୀର ଲିଙ୍ଗରାଜ କଳା ପରିଷଦର ଶିଳ୍ପୀମାନେ ମାହାରୀ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିରୁପେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ, ପଦ୍ମଶ୍ରୀ ଡ଼ଃ ଅଶୋକ ମହାପାତ୍ର, ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲ ପ୍ରମୁଖ ମଞ୍ଚରେ ସାମିଲ ଥିଲେ। ଅନୁଷ୍ଠାନର ସଂପାଦକ ଗୁରୁ ଶ୍ରୀ ନାରାୟଣ ପାଣ୍ଡେ ଓ ଶ୍ରୀମତୀ ରୋଜାଲୀନ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।