କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଆମ୍ବେଦକର ମିନି ଷ୍ଟାଡିୟମ ଠାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାମରେ ଅଟୋ ଚାଳକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉପଦେଷ୍ଟା ଶ୍ୟାମ ଖିଲୋ, ମୋହନ ଲାଲ କୁଲଦୀପ ଯୋଗ ଦେଇଥିବାବେଳେ ଆଜି କାର୍ଯ୍ୟକାରୀ ସଭାପତି ଭାବେ ଚଣ୍ଡାଳ ଖିଲୋ, ସଂଯୋଜକ ପୁର୍ଣ ଜାନି, ଯୁଗ୍ମ କଷାଦକ୍ଷ ବିନୋଦ ହନ୍ତାଳ ଯୋଗଦେଇ ସଂଘକୁ କିପରି ସୁଦୃଢ କରିହେବ, ସେ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ |
ଆଗାମୀ ଦିନରେ ସଂଘର କର୍ମକର୍ତ୍ତାମାନେ ଅନେକ ସମାଜିକ କାମରେ ସଂଶ୍ଲିଷ୍ଟ ରହି ଲୋକଙ୍କ ଅସୁବିଧାରେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ ବୋଲି ସଂଘ ସଭାପତି ସଂଗ୍ରାମ କୁଲଦୀପ କହିଛନ୍ତି | ଏହି ଅବସରରେ ବହୁ ସଂଖ୍ୟାରେ ଅଟୋ ଚାଳକ କର୍ମକର୍ତ୍ତା ଉପସ୍ଥିତ ଥିବା ଦେଖବାକୁ ମିଳିଛି | ଅଟୋ ଚାଳକ ସଭାପତି ଭାବେ ସଂଗ୍ରାମ କୁଲଦୀପ, ଉପ ସଭାପତି ଭାବେ ରବି, ଯୁଗ୍ମ ସମ୍ପାଦକ କିରନ ପାଙ୍ଗୀ, ଜୋଳ ଖିଲୋ, କୋଷାଧ୍ୟକ୍ଷ ପ୍ରତାପ ଚେଟି, ରୋହିତ ଶବର ସମାଜ କଲ୍ୟାଣରେ ସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି |