ଲୋକନାଥଙ୍କ ପୀଠରେ ଜଳଲାଗି କଲେ କାଉଡ଼ିଆ

ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଲୋକନାଥଙ୍କ ପୀଠ ରେ ୫୦ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ଜଳଲାଗି କରିଛନ୍ତି।ଏହି ପାଳିରେ ପ୍ରାୟ ହଜାର ହଜାର ରୁ ଉର୍ଦ୍ଧ୍ବ ଶୈବ ଭକ୍ତ ଲୋକନାଥ ଙ୍କୁ ଜଳ ଲାଗି କରିଛନ୍ତି । ଏଥିପାଇଁ ପୁରୀରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ଜଣାଶୁଣା ବାବା ଲୋକନାଥଙ୍କ ପୀଠରେ ପ୍ରବଳ ମାତ୍ରାରେ କାଉଡିଆଙ୍କ ଭିଡ ପରିଲକ୍ଷିତ ହୋଇଛି ।

ରାତ୍ର 12 ଟାରେ ଦ୍ୱାରଫିଟା ହେବାପରେ ଠାକୁରଙ୍କ ମଙ୍ଗଳ ଆଳତି ନୀତି,,ପରେ ମଇଲମ,ଅବକାଶ ନୀତି ବଢିବା ପରେ ରାତ୍ର 1ଟାରୁ ମହାଦେବଙ୍କ ମସ୍ତକରେ ଜଳଲାଗି ଆରମ୍ଭ ହୋଇଥିଲା।

ବ୍ୟାରିକେଡ଼ରେ ଯାଇ କାଉଡ଼ିଆ ଭକ୍ତ ମାନେ ରୋଷଘର ପଛ ଦେଇ ମନ୍ଦିର ପ୍ରବେଶ କରିବା ସହ ଜଳଲାଗି କରି ପ୍ରତ୍ୟାବର୍ତ୍ତନ କରଛନ୍ତି ।ତେବେ ଚଳିତବର୍ଷ ଜଳଲାଗି ପାଇଁ ଟିକେଟର ମୂଲ୍ୟ 30 ଟଙ୍କା ଧାର୍ଯ୍ୟ କରାଯାଇଛି। ବିଶେଷ ନୀତି ପାଇଁ ଅପରାହ୍ନ 2ଟାରୁ ଦର୍ଶନ ଓ ଜଳଲାଗି ବ୍ୟବସ୍ଥା ବନ୍ଦ ରହିବା ସହ ରାତି 9ଟା ପର୍ଯ୍ୟନ୍ତ କାଉଡିଆଙ୍କ ଦର୍ଶନ ଓ ଜଳଲାଗି ନୀତି ଚାଲିବ ବୋଲି ସେବାୟତ କହିଛନ୍ତି।

ଚଳିତଥର ଏହି ଦିତୀୟ ପାଳିରେ ହଜାର ହଜାର କାଉଡ଼ିଆ ଜଳଲାଗି କରିଛନ୍ତି। ।ତେଣୁ ଶୃଙ୍ଖଳା ଓ ସୁବ୍ୟବସ୍ଥା ଦୃଷ୍ଟିରୁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।