ଲଷ୍ମୀପୁର ପୋଲିସକୁ ସଫଳତା

ଗତ ଚାରି ତାରିଖ ଦିନ ଦିପହରେ ପାଣ୍ଡକା ପଦର ଛକ ନିକଟରେ ଏକ ଇନୋଭା କାର୍ ଯୋଗେ କୋରାପୁଟ ଓକିଲ ଲିଙ୍ଗରାଜ ବେହେରା ପୁଅ ଓ ଡ୍ରାଇଭର ସହ ବ୍ରହ୍ମହପୁର କଲେଜ ରେ ଜୋଇଁ କରିବା ଯାଉଥିବା ସମୟରେ ଲଷ୍ମୀପୁର ଥାନା ଅନ୍ତର୍ଗତ ପାଣ୍ଡକା ପଦର ଛକ ପାଖରେ ଗାଡ଼ି ରଖି ପରିସ୍ରା କରୁଥିବା ସମୟରେ ୧୩ ରୁ ଉର୍ଦ୍ଧ ଲୋକ ଆସି ଏକ ଲକ୍ଷ ଟଙ୍କା ସହ ଷାଠିଏ ଗ୍ରାମ ସୁନା ଚେନ ଗୋଟିଏ ମୋବାଇଲ ଚୋରିକରି ଫେରାର ହୋଇଯାଇଥିଲେ।

ଏନେଇ ଲଷ୍ମୀପୁର ଥାନାରେ ମାମଲା ରୁଜୁ ହେଲା ପରେ ଲଷ୍ମୀପୁର ପୋଲିସ ତଦନ୍ତ କରି ଆଜି ଚାରି ଜଣଙ୍କୁ ଗିରିଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ଓ ଦଶରୁ ଉର୍ଦ୍ଧ ଲୋକ ଏବେ ବି ଫେରାର ଅଛନ୍ତି। ଏନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି ବୋଲି SDPO ମନୋଜ ବେହରା ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।