ଲକ୍ଷ୍ମୀ ବସ୍ ଧକ୍କାରେ ଶିଶୁ ପୁତ୍ର ର ମୃତ୍ୟୁ

ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ବଡସାହି ଠାରେ ଲକ୍ଷ୍ମୀ ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ ଘଟଣାସ୍ଥଳରେ ଶିଶୁ ପୁତ୍ର ର ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଓ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡ଼ାକ୍ତରଖାନା ରେ ଭର୍ତି କରାଯାଇଛି । ଅପରାହ୍ନ ୪ ଟା ରେ କେରଙ୍କ ରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ଯାତ୍ରୀ ବାହୀ ଲକ୍ଷ୍ମୀ ବସ୍ ସହିତ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଏକ ଦଶାହ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଉଥିଲେ । ଏହି ସମୟରେ ବାଇକ୍ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା ଯାହା ଫଳରେ ଘଟଣାସ୍ଥଳରେ ଦମ୍ପତି ଙ୍କ ଶିଶୁ ପୁତ୍ର ଅମୂଲ୍ୟ ବାରିକ୍ ଙ୍କ ର ମୃତ୍ୟୁ ହୋଇଥିଲା । ସ୍ଵାମୀ ଅଶୋକ ବାରିକ୍ ଓ ତାଙ୍କ ସ୍ତ୍ରୀ ପିଙ୍କି ବାରିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା । ହେଲେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ବର ଏମ୍ସ କୁ ସ୍ଥାନାନ୍ତରିତ କରାଯାଛି । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରିବା ସହ ଉଭୟ ଗାଡି କୁ ଜବତ୍ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।