ରେଳପଥ ସଂଯୋଗ ନେଇ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ବାର ଘଣ୍ଟିଆ ବନ୍ଦ

ଫୁଲବାଣୀକୁ ରେଳ ପଥ ସଂଯୋଗ ନେଇ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ବାର ଘଣ୍ଟିଆ ବନ୍ଦ। ଶୁକ୍ରବାର ଫୁଲବାଣୀ ବନ୍ଦ ପାଇଁ ଡାକରା ଦେଇଥିଲା ସଂଘ। ସକାଳ ଛଅଟାରୁ ସନ୍ଧ୍ୟା ଛଅଟା ଯାଏଁ ଯାନବାହାନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିଛି। ଫୁଲବାଣୀ ,ଜି ଉଦୟଗିରି, ରାଇକିଆ, ଟିକାବାଲି , ବାଲିଗୁଡାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାରେ ସମୂର୍ଣ୍ଣ ଯାନ ବାହାନ ଚଳାଚଳ ବନ୍ଦ ରହିଥିବା ସହ ଦୋକାନ ବଜାର ବନ୍ଦ ରହିଛି। ବନ୍ଦକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଏହି ବନ୍ଦ ଭିତରେଆମ୍ବୁଲାନ୍ସ,ଅତ୍ୟାବଶ୍ୟକ ଯାନ ବାହାନ ଚଳାଚଳକୁ ଅନୁମତି ଦିଆଯାଉଛି। ଜି ଉଦୟଗିରି ରେ ଅଫିସ୍,ସ୍କୁଲ ,ବ୍ୟାଙ୍କ୍ ବର୍ତ୍ତମାନ ଖୋଲା ରହିଥିବା ବେଳେ କିନ୍ତୁ ଦୋକାନ ବଜାର ବନ୍ଦ ରହିଛି। ଦୀର୍ଘ ଦିନରୁ ରେଳପଥରେ କନ୍ଧମାଳକୁ ସଂଯୋଗ କରିବାକୁ ଦାବି ହୋଇଆସୁଛି। ପୂର୍ବରୁ କନ୍ଧମାଳ ବିକାଶ ପରିଷଦ ଫୁଲବାଣୀକୁ ରେଳ ପଥ ସଂଯୋଗ ନେଇ ଦାବି କରିଥିଲା। ଏନେଇ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନକରାଯାଇଥିଲା। କିନ୍ତୁ ଏହାର କୌଣସି ସୁଫଳ ମିଳିନାହିଁ। ସେଥିପାଇଁ ଆଜି ଏହି ପଦକ୍ଷେପ ନେଇଛି ବିକାଶ ପରିଷଦ। ତୁରନ୍ତ ଏହି ଦିଗରେ ରେଳବାଇ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ କରିବାକୁ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି

Leave a Reply

Your email address will not be published. Required fields are marked *