ରୁଷ-ୟୁକ୍ରେନ୍ ଯୁଦ୍ଧ: ରୁଷ ପାଇଁ ଲଢ଼ୁଥିବା ୧୨ ଭାରତୀୟ ନିହତ

ରୁଷ-ୟୁକ୍ରେନ୍ ଯୁଦ୍ଧରେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୬ ଜଣ ନିଖୋଜ ଅଛନ୍ତି ଏବଂ ୯୬ ଜଣ ଭାରତ ଫେରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି I ମୃତ ଭାରତୀୟମାନେ ରୁଷ ପକ୍ଷରୁ ଲଢେଇ କରୁଥିଲେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି I

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରୁଷୀୟ ସେନାରେ ୧୨୬ ଜଣ ଭାରତୀୟ କାର୍ଯ୍ୟରତ ଥିବା ଖବର ମିଳିଛି I ଏହି ୧୨୬ ଜଣଙ୍କ ମଧ୍ୟରୁ ୯୬ ଜଣ ଭାରତ ଫେରିଛନ୍ତି ଏବଂ ରୁଷୀୟ ସଶସ୍ତ୍ର ବାହିନୀରୂ ଡିସଚାର୍ଜ ହୋଇଛନ୍ତି I

ଏହାପରେ ରୁଷ ସେନାରେ ୧୮ ଜଣ ଭାରତୀୟ ନାଗରିକ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୬ ଜଣ କେଉଁଠି ଅଛନ୍ତି ତାହା ଜଣାପଡିନାହିଁ I ରୁଷ ପକ୍ଷରୁ ସେମାନଙ୍କୁ ନିଖୋଜ ବୋଲି ଦର୍ଶାଯାଇଛି I ବାକି ୨ ଜଣଙ୍କୁ ଶୀଘ୍ର ମୁକ୍ତ କରିବାକୁ ଦାବି କରାଯାଇଛି I ତେବେ ରୁଷ ସେନାରେ କାର୍ଯ୍ୟରତ ୧୨ଜଣ ଭାରତୀୟ ନଗରକଙ୍କ ମୃତ୍ୟୁ ଘଟିଛି I

ୟୁକ୍ରେନ ସହ ରୁଷର ଚାଲିଥିବା ସଂଘର୍ଷରେ ରୁଷୀୟ ସେନା ଦ୍ୱାରା ନିଯୁକ୍ତ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିବା ଓ ଅନ୍ୟ ଜଣେ ଆହତ ହେବା ପରେ ବୈଦେଶିକ ମନ୍ତ୍ରାଳୟ ଏହି ପ୍ରତିକ୍ରିୟା ରଖିଛି I

Leave a Reply

Your email address will not be published. Required fields are marked *