ରାୟଗଡ଼ା ଡିଜିଟାଲ ମିଡିଆ ବନ୍ଧୁମିଳନ ବୈଠକ ଅନୁଷ୍ଠିତ

ରାୟଗଡ଼ା ଜିଲ୍ଲା ଡିଜିଟାଲ ମିଡିଆ ତରଫରୁ ଆଜି ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁ ମିଳନ ରାୟଗଡ଼ା ସ୍ଥାନୀୟ ପିତା ମହଲ ବନଦୁର୍ଗା ମନ୍ଦିର ପରିସର ଆମ୍ବ ତୋଟା ଠାରେ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ RDM ଡିଜିଟାଲ ମିଡିଆର ସଭାପତି ଅଞ୍ଜନ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ୧୧ ଗୋଟି ବ୍ଲକର ଅନେକ ମାନ୍ୟଗଣ୍ୟ ଡିଜିଟାଲ ମିଡିଆର ସାମ୍ବାଦିକ ବ୍ୟକ୍ତିମାନେ ଯୋଗଦେଇ ଥିଲେ।। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀଙ୍କ ତରଫରୁ ମୁଖ୍ୟ ଅତିଥି ଭାବେ ଡମ୍ବୁରୁ ଧର ପଣ୍ଡା ଯୋଗ ଦେଇ ଜିଲ୍ଲାର ଅନେକ ବିକାଶ ମୁଳକ ଓ ବିଭିନ୍ନ ସମସ୍ୟା ଗୁଡିକ ଲୋକ ଲୋଚନକୁ ଆଣିବା ପାଇଁ ଡିଜିଟାଲ ମିଡିଆର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆହ୍ୱାନ ଦେଇଥିଲେ। ସମସ୍ତ ସାମ୍ବାଦିକ ଭାଇ ମାନଙ୍କ ଦ୍ଵାରା ସହଯୋଗ କରିବାକୁ ଆଲୋଚନା କରି ଉନ୍ନତ ମାନର ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ଆସିଥିବା ସାମ୍ବାଦିକ ଭାଇମାନଙ୍କୁ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସ୍ଵାଗତ କରି ସମ୍ମାନିତ କରାଯାଇଥିଲା। ଏଥିରେ ପ୍ରତ୍ୟେକ ସାମ୍ବାଦିକ ନିଜ ପରିଚୟ ପ୍ରଦାନ କରିଥିବା ବେଳେ ଡିଜିଟାଲ ମିଡିଆ ସଂଘ ତରଫରୁ ବିଭିନ୍ନ ବ୍ଲକରୁ ବ୍ଲକ ସଭାପତିର ଦାୟିତ୍ଵ ପ୍ରଦାନ କରାଯାଇଥିଲା । ମୁନିଗୁଡ଼ା ବ୍ଲକରେ ପ୍ରସାଦ ସାହୁକାର, ଚନ୍ଦ୍ର ପୁର ବ୍ଲକରେ ବିଜୟ ପ୍ରସାଦ ଉଲାକା, ବିଷମକଟକ ବ୍ଲକରେ ରବିନ୍ଦ୍ର ସାହୁଙ୍କୁ ଚୟନ କରି ସମସ୍ତଙ୍କ ସହମତି ରେ ନିଷ୍ପତ୍ତି ନେଇ ନିଜ ବ୍ଲକର ଦାୟିତ୍ବ ଦିଆଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଆଶୁତୋସ୍ ପଟ୍ଟନାୟକ, ଉପସଭାପତି ଗୋପିନାଥ ଗୈଡ, ଆଡଭାଇଜର ପ୍ରସାଦ ଲିମା, ଖଗେଶ୍ବର ସିଙ୍ଗ, ସୁପ୍ରିୟା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଏହି ୨୦୨୫ ରାୟଗଡ଼ା ଡିଜିଟାଲ ମିଡିଆ ବନ୍ଧୁ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *