ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜଳ ଯୋଗାଣ ବିଭାଗର କର୍ମଚାରୀ ମୃତ | କାମାକ୍ଷାନଗର ରେକୁଳା ରାମିଆଳ ନଦୀରେ ବୁଡି ଯାଇଥିବା ଜଳଯୋଗାଣ ବିଭାଗ କର୍ମଚାରୀଙ୍କ ମିଳିଲା ମୃତଦେହ। ମୃତ ଯୁବକ ହେଲେ ରେକୁଳା ଗ୍ରାମର ପ୍ରଦୀପ୍ତ ବେହେରା ।ସକାଳ ସମୟରେ ନଦୀକୂଳରେ ଥିବା ସମ୍ପ୍ ଗେଟ୍ ଖୋଲିବାକୁ ଯାଇଥିବା ବେଳେ ଗଭୀର ଜଳରେ ଫସି ଯାଇଥିଲେ ପ୍ରଦୀପ୍ତ । ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବିଭାଗ ଓ ଭୁବନ ଓଡ୍ରାପ୍ଟ ଟିମ୍ ପହଞ୍ଚି ବହୁ ଖୋଜ ଖୋଜି କରିଥିଲେ | ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି ।