ବିଳମ୍ବିତ ରାତିରେ କଳା କନା ବୁଲାଇଲେ ଚୋର । ଲକର ଖୋଲି ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଗ୍ରାମପଞ୍ଚାୟତ ଜାମତ କୁଲା ଗ୍ରାମରେ । ଜାମତକୁଲା ଗ୍ରାମର ସୁବାସ ଚନ୍ଦ୍ର ଦାସଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ପରିବାର ଲୋକେ ଘରୁ ଚୋରି ହୋଇଥିବା ନେଇ ସକାଳେ ଜାଣିବା ପରେ ବାଲିଆପାଳ ପୋଲିସରେ ଅଭିଯୋଗ କରିଥିଲେ ସୁବାସ । ଅଭିଯୋଗ ପାଇବା ପରେ ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।