ରାଜ୍ୟ ଶାକଦ୍ୱୀପୀ ଦୈବଜ୍ଞ ବ୍ରାହ୍ମଣ ମହସଂଘର ସମ୍ମିଳନୀ

ଚାନ୍ଦବାଲିରେ ଶାକଦ୍ୱୀପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ପକ୍ଷରୁ ଏକ ସମ୍ମିଳନୀ ସ୍ଥାନିୟ ଅମ୍ବିକା ସଭାଗୃହରେ ଅନୁଷ୍ଟିତ ହୋଇ ଯାଇଛି । ଏହି ସଭାରେ ଶାକଦ୍ୱୀପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଜିଲ୍ଲା ସଭାପତି ସୁଦାମ କୁମାର ପଣ୍ଡିତ ଯୋଗଦେଇ ଏହି ସମ୍ମିଳନୀଙ୍କୁ ଉଦଘାଟାନ କରିବା ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ସମାଜରେ ଧର୍ମକୁ ରକ୍ଷା କରିବା ପାଇଁ ଶାକଦ୍ୱୀପୀ ଦୈବିଜ୍ଞ ବ୍ରାହ୍ମଣ ମାନେ କେମିତି ନତି ନିୟମ ଧାରା ବଜାୟ ରଖିବେ ଏବଂ ସେମାନଙ୍କର ସମାଜିକ ବିକାଶ ହୋଇପାରିବ ସେନେଇ ମହାସଂଘର ଏହି ସାଧୁ ଉଦ୍ୟମ ବୋଲି ସହାସଂଘର ସଭପତି ପ୍ରକାଶ କରିଥିଲେ । ମହାସଂଘ ପକ୍ଷରୁ ବ୍ରାହ୍ମଣ ମାନଙ୍କୁ ଆଇ କାର୍ଡ ବଣ୍ଟନ କରା ଯାଇ ଥିଲା l

ଏହି କାର୍ଯ୍ୟକ୍ରମରେ ପଣ୍ଡିତ ରଙ୍ଗାଧର ମହାପାତ୍ର, ବିଜୟ କୁମାର ପଣ୍ଡିତ, ରଞ୍ଜନ କୁମାର ପଣ୍ଡିତ, ସୁଶାନ୍ତ ମୋହରଣ୍ୟ, ହେମନ୍ତ କୁମାର ପଣ୍ଡିତ, ଶଶୀଭୁଷଣ ପଣ୍ଡିତ, ଦ୍ୱାରିକାନାଥ ଗ୍ରହଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଆଚାର୍ଯ୍ୟମଣି ଶଙ୍କର ପଣ୍ଡିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l