ରାଜଧାନୀରେ ବୁଲିଲା ଖଣ୍ଡା

ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ ଛକରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲା ଦୁର୍ବୃତ । ଖଣ୍ଡା ଓ କଟୁରୀରେ ଯୁବକଙ୍କୁ ହାଣି ଲହୁଲୁହାଣ କରି ପକାଇଛି ଦୁର୍ବୃତ୍ତ ।ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଆହତ ଯୁବକଙ୍କୁ ଭର୍ତ୍ତି କରାଯାଇଛି । ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଆକ୍ରମଣ ପଛର କାରଣ ଏପର୍ଯ୍ରନ୍ତ ଜଣାପଡି ନାହିଁ । ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ କଡା ସୁରକ୍ଷା ବଳୟ ଭିତରେ ଥିବା ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ଦୁର୍ବର୍ତ ଏଭଳି କାଣ୍ଡ ଘଟାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *