
୨୪ ଏପ୍ରିଲ ସାରା ଭାରତରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ କରାଯାଉଛି ।ଏହି ଅବସରରେ ପୁରୀରେ ରାଜ୍ୟ ସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ଯର ୬ ଲକ୍ଷ ବଞ୍ଚିତ ନୂତନ ରାସନକାର୍ଡ ବଣ୍ଟନ ଶୁଭାରମ୍ଭ କରିଥିଲେ । ଆଜି ରାଇରଙ୍ଗପୁର ବ୍ଳକ ପରିସରରେ ଜାତୀୟ ପଞ୍ଚାୟତ ରାଜ ଦିବସ ମୁଖ୍ୟମନ୍ତ୍ରୀ ଙ୍କ ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି, ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ,ସାଂସଦ ପ୍ରତିନିଧି ରାଜ୍ୟ ବିଜେପି ସଂପାଦକ ନବୀନ ରାମ ,ବିଧାୟକ ପ୍ରତିନିଧି ଅଶୋକ ମହାନ୍ତ ,ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ସମସ୍ତ ଜନପ୍ରତିନିଧି ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସାଂସଦ କହିଥିଲେ ଗାଁର ବିକାଶ ହେଲେ ଦେଶର ବିକାଶ ହେବ । ତେଣୁ ସରକାର ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାକୁ ବେଶି ଗୁରୁତ୍ବ ଦେଉଛନ୍ତି ।

ଆଜିର ପଞ୍ଚାୟତ ରାଜ ଦିବସରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ରୁ ବଞ୍ଚିତ ହୋଇଥିବା ଯୋଗ୍ଯ ହିତାଧିକାରୀ ମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରି ରାସନ କାର୍ଡ ଯୋଗାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଇରଙ୍ଗପୁର ବ୍ଳକର ୩୨ ଜଣ ଏବଂ ମ୍ୟୁନିସିପାଲିଟିର ୧୧ ଜଣଙ୍କୁ ସାଂସଦ ସମେତ ଅନ୍ଯ ଅତିଥିଗଣ ନୂତନ ରେସନ କାର୍ଡ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ବ୍ଳକର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ,ସମସ୍ତ ବିଭାଗୀୟ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।