ରତ୍ନଭଣ୍ଡାର ଖୋଲିବା ସହ ବିଭିନ୍ନ ଦାବି ନେଇ ଗର୍ଜିଲା ଶ୍ରୀଜଗନ୍ନାଥ ସେନା

ରତ୍ନଭଣ୍ଡାର ଖୋଲା ହେଲେ ତଣ୍ଟିରେ ଅଟକିଯିବ କଣ୍ଟା,ଭାଙ୍ଗିବ ସରକାରର ଅଣ୍ଟା,ବାଜିବ ମୃତ୍ୟୁର ଘଣ୍ଟା। ଏମିତି କହି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶ୍ରୀ ମନ୍ଦିର ପରିଚାଳନା କମିଟିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯାଉନଥିବା ଅଭିଯୋଗ ଆଣିଛି ଜଗନ୍ନାଥ ସେନା । ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ପୂର୍ବରୁ ସିଂହ ଦ୍ୱାର ନିକଟରେ ଲାଗିଥିବା ଦଶ ଅବତାର ମୂର୍ତ୍ତି ସ୍ଥାପନ ଏବଂ ବଡ ଦାଣ୍ଡରେ ଭକ୍ତଙ୍କ ଲାଗି ସ୍ଥାୟୀ ବାରିଗେଟ ଲଗାଇବା ପରି ବିଭିନ୍ନ ଦାବି ନେଇ ପ୍ରଶାସନ ଉପରେ ବର୍ଷିଛି ସେନା। ପୂର୍ବରୁ ଶ୍ରୀ ମନ୍ଦିର ପ୍ରଶାସନ ଅନେକ ଥର ପରିଚାଳନା କମିଟି ବୈଠକ କରିଥିଲେ ମଧ୍ୟ ମନ୍ଦିର ସମ୍ବନ୍ଧିତ ମୁଖ୍ୟ ପ୍ରସଙ୍ଗ ଛାଡି ଜମି ବିକା, ଖଣି ବିକା, ଲୁଟିବ ଉପରେ ଆଲୋଚନା ହେଉଥିବା ପରି ସଙ୍ଗୀନ ଅଭିଯୋଗ କରିଛନ୍ତି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ।

Leave a Reply

Your email address will not be published. Required fields are marked *