ଯୁବତୀଙ୍କୁ ଅପହରଣ ଉଦ୍ୟମ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଛି ଘଟଣା। ଅପହରଣ ସମୟରେ ମାଡିବସିଲେ ସ୍ଥାନୀୟ ଗ୍ରାମବାସୀ । ଜଣେ ଯୁବକ ଅଟକ, ଅନ୍ୟଜଣେ ଫେରାର। କୁଜଙ୍ଗ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ। ଯୁବତୀ ଜଣକ ନାବାଳିକା ହୋଇଥିବା ବେଳେ ଗ୍ରାମ ନିକଟସ୍ଥ ଏକ ସ୍ଥାନକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ।

ଏହି ସମୟରେ ଦୁଇଜଣ ଯୁବକ ତାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ନାବାଳିକା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ଘେରିଯାଇଥିଲେ। ସେଠାରୁ ଜଣେ ଯୁବକ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଯୁବକଙ୍କୁ ଧରି ପକାଇଥିଲେ ଗ୍ରାମବାସୀ । ଉକ୍ତ ଯୁବକକୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।