ଯାଦବ ମହାସଭା ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଯାଜପୁର ଜିଲ୍ଲା ଯାଦବ ମହାସଭା ପକ୍ଷରୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।ଦାନଗଦି ବ୍ଲକ ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ର ବାରିକଙ୍କ ଆହ୍ବାନ କ୍ରମେ ଯାଜପୁର ଜିଲ୍ଲା ଯାଦବ ମହାସଭା ପକ୍ଷରୁ ବ୍ଲକ କାର୍ଯ୍ୟକାରିଣୀ ଓ କର୍ମକର୍ତ୍ତା ଚୟନ ବୈଠକ ଚିତ୍ରୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ କାର୍ଯ୍ୟକାରୀ ସଭାପତି ନିର୍ମଳ କୁମାର ଜୋତି ସଭାପତିତ୍ୱ କରିଥିଲେ ।

ଯାଦବ ସଂଗଠନ କିପରି ଆହୁରି ସୁଦୃଢ଼ ଓ ସଶକ୍ତ ହୋଇପାରିବ ଏହି ବିଷୟରେ ଜିଲ୍ଲା ସଭାପତି ରାମଚନ୍ଦ୍ର ବେହେରା ଆହ୍ୱାନ ଦେବା ସହିତ ହଜିଯାଉଥିବା ଯାଦବ ବଂଶର ପରମ୍ପରା ଓ ସଂସ୍କୃତି କିପରି ଉଜିବିତ ରହିପାରିବ ପରାମର୍ଶ ଦେଇଥିଲେ ।

ଉକ୍ତ ବୈଠକରେ ଉପଦେଷ୍ଟା ପଦ୍ମକର ଗୁରୁ,ସାଧାରଣ ସମ୍ପାଦକ ମନୋଜ କୁମାର ଦାସ,ମହିଳା ସଭାପତି ସ୍ନେହଲତା ବାରିକ,ପ୍ରସନ୍ନ କୁମାର ବେହେରା ପ୍ରମୁଖ ସହ ୧୦ବ୍ଳକର ସଭାପତି,ଅନ୍ୟ କର୍ମକର୍ତ୍ତା ଓ ଜିଲ୍ଲାରୁ ଆସିଥିବା ଯାଦବ ସଦସ୍ୟ ଉପସ୍ଥିତ ଥିଲେ ।