ଯାଜପୁରରେ ମା ମଙ୍ଗଳାଙ୍କ ବାର୍ଷିକ ଯଜ୍ଞ ଉତ୍ସବ ଅନୁଷ୍ଠିତ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନଗର ପଞ୍ଚାୟତ ଭିକିପୁର ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା ମଙ୍ଗଳାଙ୍କ ୧୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ମନ୍ଦିର ପୂଜକ ରାଜକିଶୋର ରଥଶର୍ମା ଓ ତାଙ୍କ ସହଯୋଗୀଙ୍କ ଦ୍ଵାରା ପୂଜାର୍ଚନା କରିବା ସହିତ ପ୍ରାତଃରୁ ଗ୍ରାମର ମହିଳା ମାନଙ୍କ ଦ୍ଵାରା ୧୦୮ କଳସ ବୁଡ଼ାଯିବ ସହିତ ଶୋଭାଯାତ୍ରା କରି ଗ୍ରାମ ପରିଭ୍ରମଣ କରିଥିଲେ । ଭିକିପୁର ଗ୍ରାମର ସଂକୀର୍ତନ ମଣ୍ଡଳୀ ଦ୍ଵାରା ନାମ ସଂକୀର୍ତନ ପରିବେଷଣ କରାଯାଇଥିଲା । ଏଥିସହିତ ପୂଜକଙ୍କ ଦ୍ଵାରା ମାଙ୍କ ଅଙ୍କୁରା ରୋପଣ, ଶୁଭାଧିବାସ, ଘଟ ସ୍ଥାପନା, କୁଣ୍ଡମଣ୍ଡଳ କାର୍ଯ୍ୟ, ଚଣ୍ଡୀ ପାଠ, ସୂର୍ଯ୍ୟ ପୂଜା,ଗୋ ପୂଜା,ଦେବ ପାଠ ସହ ଯଜ୍ଞ ଆରମ୍ଭ ହୋଇଥିଲା । ଦୀର୍ଘ ସାତ ଦିନ ଧରି ଗ୍ରାମରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ସହ ପ୍ରତିଦିନ ଗ୍ରାମବାସୀଙ୍କ ପାଇଁ ଅର୍ଣ୍ଣପ୍ରସାଦ ସେବନର ଆୟୋଜନ ହୋଇଥିବା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ କହିଛନ୍ତି. ।

କଳାକାରଙ୍କୁ ନେଇ ଭଜନ ସନ୍ଧ୍ୟା, ଓ ନୃତ୍ୟ ଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଅଛି । ଗ୍ରାମବାସୀଙ୍କ ମଙ୍ଗଳ କାମନା ଉଦେଶ୍ୟରେ ହରି ଗୋସେଇଁ ସମ୍ପର୍କ ସ୍ୱଚ୍ଛା ସେବୀ ସଂଗଠନ ଏବଂ ଭିକିପୁର ଗ୍ରାମ ର ସଭାପତି ନରୋତମ ଜେନା ଓ ସମ୍ପାଦକ ଆର୍ତତ୍ରାଣ ଜେନା ଙ୍କ ସହଯୋଗରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।