
ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ସଂସ୍କୃତିଭବନ ପରିସରରେ ଶ୍ରମିକ ମାନଙ୍କ ଉଦେଶ୍ୟରେ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ପାଳିତ ହୋଇଛି । ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ସଂଜିତ କୁମାର ଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ଼ ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇଥିଲେ । ସଂମାନ୍ନୀତ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ,ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ ଆଯୁକ୍ତ ଶ୍ରୀ ଶିବ ଶଙ୍କର ମିଶ୍ର, ପ୍ରମୁଖ ଯୋଗ ଦେଇ ସରକାରଙ୍କ ତରଫରୁର ଶ୍ରମିକ ମାନଙ୍କ ପାଇଁ ପ୍ରଣୟନ ହୋଇଥିବା ଜନହିତକାରୀ ଯୋଜନା ଗୁଡିକ ବିଷୟରେ ଆଲୋକପାତ କରାଇଥିଲେ । ଦେଶ ତଥା ରାଜ୍ୟର ଉର୍ନତି ନିମନ୍ତେ ଉଭୟ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ର ରେ କାର୍ଯ୍ୟରତ ଶ୍ରମିକ ଭାଇ ଓ ଭଉଣୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ଅଟେ । ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରି ବିଭିନ୍ନ କଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି । ଏ ସବୁ ଯୋଜନା ସେମାନଙ୍କ ଜୀବନର ମାନ ବୃଦ୍ଧିରେ ନିଶ୍ଚିତ ରୂପେ ସହାୟକ ହୋଇପାରିବ ବୋଲି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ସୁଧୀର କୁମାର ସାହୁ ଜିଲ୍ଲାରେ କାର୍ଯ୍ୟ କରୁଥିବା ଦୁଇ ବୋର୍ଡ ତରଫରୁ ଶ୍ରମିକ ମାନଙ୍କୁ ଯୋଗାଇଦିଆଯାଉଥିବା ବିଭିନ୍ନ ସହାୟତା ବିଷୟରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧୀନରେ ଥିବା ୧୫୦ ଜଣ ଆବେଦନକାରୀଙ୍କୁ ନୂତନ କାର୍ଡ ବଣ୍ଟନ ଓ ୨୮୪ ଜଣ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ମୋଟ ଏକ କୋଟି ୪୬ ଲକ୍ଷ ୧୮ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀଣି ସୁନନ୍ଦା ବିଶ୍ୱାଳଙ୍କ, ସୋମ୍ୟସୁନ୍ଦର ରାଉତରାୟ, ସୋମ୍ୟ ରଞ୍ଜନ ବେହେରା, ସ୍ମୃତିରଞ୍ଜନ ପଣ୍ଡା, ରଚନା ସେଠିଙ୍କ ସମେତ ଶ୍ରମ କାଯ୍ୟଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।