ମୟୂରଭଞ୍ଜ ରାଇହରିରେ ବିଶ୍ଵ ଶାନ୍ତି ଶ୍ରୀନାମଯଜ୍ଞ ଅନୁଷ୍ଠିତ


ମୟୂରଭଞ୍ଜ ରାଇହରିରେ ୭୩ ତମ ବାର୍ଷିକ ପଞ୍ଚଦୋଳ ମହୋତ୍ସବ ଓ ବିଶ୍ଵଶାନ୍ତି ଶ୍ରୀନାମଯଜ୍ଞ ଅନୁଷ୍ଠିତ ହୋଇଛି | ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ବିଜାତଳା ବ୍ଲକ ରାଇହରି ଗ୍ରାମରେ ଜପ ହରେ କୃଷ୍ଣ ହରେ ରାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଛି |ଏଠାରେ ୭୩ ବର୍ଷ ପୂର୍ବରୁ ଅଷ୍ଟପ୍ରହରୀ ନାମ ଯଜ୍ଞରୁ ଶୁଭାରମ୍ବ ହୋଇଥିଲା |ଏହି ପଞ୍ଚଦୋଳ ମହୋତ୍ସବରେ ଠାକୁର ଘର ଘର ବୁଲି ଭୋଗ ଖାଇଥାନ୍ତି | ସର୍ବଧର୍ମ ପ୍ରତିଷ୍ଠିତ ହେଉ ସମସ୍ତଙ୍କ ଭିତରେ ଆଧାତ୍ମକ ଚିନ୍ତାଧାରା ବଜାୟ ରହୁ ଏହା ହିଁ ଏହି ଯଜ୍ଞର ମୂଳ ଉଦ୍ଧ୍ୟେଶ |

ଏହି ନାମଯଜ୍ଞ ପାଇଁ ହଜାର ହଜାର ହରି ଭକ୍ତମାନେ ଆସିଥିଲେ । ଯଜ୍ଞରେ ଭକ୍ତ ମାନଙ୍କ ପାଇଁ ସକାଳ,ଦ୍ବିପ୍ରହର ଏବଂ ସଂଧ୍ୟାର ପ୍ରସାଦ ସେବନର ଆୟୋଜନ ହୋଇଥିଲା | ପ୍ରତି ବର୍ଷ ପରି ଚଳିତବର୍ଷ ମଧ୍ୟ ଧୁମଧାମରେ ଯଜ୍ଞ ପାଳନ ହୋଇଥିଲା | ସଙ୍କୀର୍ତ୍ତନର ପ୍ରେସିଡେଣ୍ଟ ସଂଜିବ କୁମାର ନନ୍ଦ, ସେକ୍ରେଟାରୀ ଅମିୟ ବିକାଶ ନନ୍ଦ,ଉପଦେଷ୍ଟା ମଣ୍ଡଳି ଗୋପାଳ ଚନ୍ଦ୍ର ନନ୍ଦ , ଗ୍ରାମ ମଣ୍ଡଳି ବୃନ୍ଦ ପ୍ରମୁଖଙ୍କ ଉପସ୍ଥିତରେ ମହାସମାରୋହରେ ପାଳିତ ହୋଇଥିଲା ।