ମୁର୍ଗା ମହାଦେବ ଶୈବ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜଳଲାଗି

ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ପ୍ରସିଦ୍ଧ ଶୈବପୀଠ ମୁର୍ଗା ମହାଦେବଙ୍କ ପୀଠରେ ଲକ୍ଷାଧିକ କାଉଡ଼ିଆ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଛି । ରାତ୍ର ଦୁଇ ଘଟିକାରୁ ବାବାଙ୍କର ପହଡ଼ ଖୋଲାଯାଇ ସମସ୍ତ ନିତିକାନ୍ତି ସମାପନ କରାଯାଇଥିଲା ।

ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ପୀଠରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ବ୍ୟାରିକେଡ଼ ଦେଇ ଭକ୍ତ ମାନେ କିଭଳି ଶାନ୍ତି ଶୃଙ୍ଖଳା ରେ ଦର୍ଶନ କରିବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।

କାଉଡିଆ ନିକଟସ୍ଥ ବୈତରଣୀ ନଦୀରୁ ପାଣି ଆଣି ବାବା ମୁର୍ଗା ମହାଦେବକଂ ଶ୍ରାବଣୀ ଲିଙ୍ଗରେ ଜଳାଭିଷେକ କରିଛନ୍ତି । ଏପରିକି ବହୁ ଶ୍ରଦ୍ଧାଳୁ ଶୈବପୀଠରେ ଥିବା ଜଳ ପ୍ରପାତରେ ଗାଧେlଇ ଏଠାରେ ପୂଜାର୍ଚନା କରିଥିଲେ l ଭକ୍ତ କଂ ସୁବିଧା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିଲା l