ସନ୍ଧ୍ୟା ୬ଟା ୩୦ ଘଣ୍ଟା ସମୟରେ ସ୍ଥାନୀୟ ମୁନିଗୁଡା ଭୈରବୀ ମନ୍ଦିର ଓ ଇଣ୍ଡିଆନ ଗ୍ୟାସ ନିକଟରେ ଦୁଇଟି ବାଇକ୍ ଦୁର୍ଘଟଣାରେ ୩ ଜଣ ଯୁବକ ମୃତ୍ୟୁ । ୨ଜଣ ଗୁରୁତର ଅବସ୍ଥାରେ ମୁନିଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅଧିକ ଗୁରୁତ୍ବ ଥିବାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତ୍ଯୁବରଣ କରିବାଥିବା ଯୁବକ ହେଲେ ଲିଟିଗୁଡା ଗ୍ରାମର ମୁରଲି କୁସୁଲିଆଙ୍କ ପୁଅ ରାହୁଲ କୁସୁଲିଆ, ବୟସ (୧୬) ଏବଂ ଲିଟିଗୁଡା ଗ୍ରାମର ଆଉଜଣେ ପୂର୍ଣ୍ଣ ଡଙ୍ଗରୀଙ୍କ ପୁଅ, ରୀତିକି ଡଙ୍ଗରୀ, ବୟସ (୨୨)। ଗୋଟିଏ ଗ୍ରାମର ଦୁଇ ଜଣଙ୍କ ଓ ମୃତ ହୋଇଥିବା ବେଳେ ଅନ୍ୟ ଆଉଜଣେ ରାମନାକୁପୁଲି ଗ୍ରାମର ଅମର ମୁଣ୍ଡିକାଙ୍କ ପୁଅ ସଦାନନ୍ଦ ମୁଣ୍ଡିକା,ବୟସ (୨୪) ବୋଲି ଜଣାପଡ଼ିଛି।


ଅନ୍ୟ ଗୁରୁତର ଆହତ ବ୍ୟକ୍ତି ହେଲେ କ୍ଷୀରୋଦ ଦୁର୍ଗା, ପୁରୁଷୋତ୍ତମ ପ୍ରଟିକା ଏମାନଙ୍କ ଘର ଲିଟିଗୁଡା ଓ ରାମନାକୁପୁଲି ବୋଲି ସୂଚନା ମିଳିଛି। ସୂଚନା ମୁତାବକ ଆଜି ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଦୁଇଜଣ ସାଙ୍ଗ ହୋଇ ଗୋଟିଏ ରେସିଂ ବାଇକରେ କୈାଣସି କାରଣରୁ ମୁନିଗୁଡ଼ା ଆସି ଘରକୁ ଫେରିବା ସମୟରେ ଦୁଇଟି ବାଇକ୍ ପିଟାପିଟି ହୋଇ ଦୁର୍ଘଟଣା ଘଟିଯାଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ଓ ଆଉଜଣେ ଯୁବକକୁ ପ୍ରାଥମିକ ଚିକିତ୍ସା କଲାପରେ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ଡ଼ାକ୍ତର ଜିଲ୍ଲା ମୁଖ୍ୟଚିକିତ୍ସା ଳୟକୁ ପଠାଇ ଦେଇଥିଲେ । ଯାହାଫଳରେ ବିଷମକଟକ ରାସ୍ତାରେ ହିଁ ଯୁବକଙ୍କ ମୃତ ହୋଇ ଥିବା ଜଣାପଡ଼ିଛି। ମୁନିଗୁଡା – ହୁକୁମତୋଳା ମଝି ଇଣ୍ଡିଆନ ଗ୍ୟାସ ଷ୍ଟୋର ନିକଟ ପୂର୍ତ୍ତ ବିଭାଗ ରାସ୍ତା ମଝିରେ ବିପରିତ ଦିଗରୁ ବାଇକରେ ୩ ଜଣ ମୁନିଗୁଡାରୁ ମାର୍କେଟିଂ କରି ଫେରୁଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ଦୁଇଟି ବାଇକ୍ ମଧ୍ୟରେ ଉଭୟ ପିଟା ପିଟି ହୋଇ ଛିଡିକି ପଡ଼ି ଯାଇଥିଲେ, ଘଟଣା ସ୍ଥଳରେ ଦୁଇଜଣ ମୃତ୍ୟୁ ହୋଇଥିଲା। ଖବରପାଇ ସଙ୍ଗେସଙ୍ଗେ ମୁନିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଓ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ପ୍ରଥମେ ସନ୍ଧ୍ୟା ପ୍ରାୟ ୬ ଘଟିକା ସମୟରେ ଭୈରବୀ ମନ୍ଦିର ନିକଟରେ ସ୍କୁଟି ସହ ବୁଲେଟର ଧକ୍କା ଫଳରେ ଆହାତ ହୋଇଥିଲେ। ସେମାନେ ମୁନିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସିତ ହୋଇ ଭଲ ଚିକିତ୍ସା ନିମନ୍ତେ ଅନ୍ୟତ୍ର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।