ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ବଜାରରେ ଏକ ନୂତନ ବିଶ୍ରାମାଗାର ଉଦଘାଟିତ ହୋଇଯାଇଛି। ମୁକୁନ୍ଦ ଚନ୍ଦ୍ର ସାହୁ ଟ୍ରଷ୍ଟ ପକ୍ଷରୁ ଏହି ବିଶ୍ରାମ ଗାର ହୋଇଛି, ଏହି ବିଶ୍ରାମ ଗାର ଟିକୁ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ, ଚାନ୍ଦବାଲି ଆଇଆଇସି ପଞ୍ଚାନନ ମହାନ୍ତି, ଛତିଶ କୁମାର ଗଛି ଉପସ୍ଥିତ ରହି ଫିତା କାଟି ଉଦଘାଟନ କରିଛନ୍ତି। ଏହି ବିଶ୍ରାମ ଗାରଟି ନିହାତି ଆବଶ୍ୟକ ବୋଲି ଅଞ୍ଚଳବାସୀ କହିଛନ୍ତି।
ମତୋ ବଜାରରେ ବିଶିଷ୍ଟ ବ୍ୟବସାୟୀ ତଥା କମ୍ୟୁନିଷ୍ଟ ପାର୍ଟିର ଜଣେ ଆଗଧାଡିର ନେତୃବୃନ୍ଦ, ଆଜି ସ୍ବର୍ଗତ ମୁକୁନ୍ଦ ଚନ୍ଦ୍ର ସାହୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ସୁପୁତ୍ର ବାବୁଲାଲ ସାହୁ ବାପାଙ୍କ କଥାକୁ ରକ୍ଷାକରି ଏହି ମାନବ ସେବା ମନ୍ଦିରଟି ଆରମ୍ଭ କରିଛନ୍ତି।
ଏହି ଶୁଭ ଉଦଘାଟନ ଉତ୍ସବରେ ମତୋ ପଞ୍ଚାୟତର ବିଜୁଜନତା ଦଳର ସଭାପତି ପ୍ରଦୀପ ପଲ୍ଲାଇ, ପୂର୍ବତନ ସରପଞ୍ଚ ଅଭୟ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ମତୋ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସମେତ ଜନ ସାଧାରଣ ଉପସ୍ଥିତ ରହିଥିଲେ।