ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଧାରଣା

ରାଜ୍ୟରେ ମଦ ଉଚ୍ଛେଦ କରିବା ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଯାଜପୁର ଗାନ୍ଧୀ ଛକରେ ଧାରଣା ଦିଆଯାଇଛି। ରାଜ୍ୟରେ ମଦ କାରବାର ହେବା ଫଳରେ ଗାଁ ଗଣ୍ଡାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ବିଶେଷ କରି ଯୁବ ସମାଜ ମାନେ ପଥ ଭ୍ରଷ୍ଟ ହେଉଛନ୍ତି । ତେଣୁ କାହ୍ନୁ ଚରଣ ବେହୁରାଙ୍କ ନେତୃତ୍ବରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଧାରଣା ଦିଆଯାଇଥିଲା। ଗାନ୍ଧୀ ଜୟନ୍ତୀ ଠାରୁ ନିଶା ନିବାରଣ ସପ୍ତାହ ଭାବେ ପାଳନ କରି ରାଜ୍ୟରେ ବିଭିନ୍ନ ସ୍ଥାନ ରେ ମଧ୍ୟ ଏହି ଅଭିଯାନ ପକ୍ଷରୁ ଧାରଣା ଦିଆଯାଇଛି। ରାଜ୍ୟ ବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟି ରୁ ନିଶା କୁ ଉଛେଦ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

ଏହି ଧାରଣାରେ ସମାଜସେବୀ ସରୋଜ ବିଶ୍ଵାଳ,ସତ୍ୟ ରଂଜନ କର, ମଳୟ ପଣ୍ଡାଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସମାଜସେବୀ ଓ ସମିତିର କର୍ମକର୍ତ୍ତା ମାନେ ଯୋଗ ଦେଇ ନିଶା ହଟାଅ ଦେଶ ବଞ୍ଚାଅ ବୋଲି ନାରାବାଜି କରିଥିଲେ।

Leave a Reply

Your email address will not be published. Required fields are marked *