ମା’ ଭଟ୍ଟାରିକାଙ୍କ ଗର୍ଭ ଗୃହମଧ୍ୟରେ ମହାନଦୀ ପାଣି

କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀର ବନ୍ୟାଜଳ। ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି। ମହାନଦୀର ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିର ଛୁଇଁଛି ତଥାପି ମା’ଙ୍କୁ ଜଳାସାୟୀ କରିପାରିନି। ବନ୍ୟାଜଳ ମା’ଙ୍କୁ ଜଳାସାୟୀ କରିବାକୁ ହେଲେ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ସେ ଯାହାହେଉନା କାହିଁକି ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରତ୍ନଗିରି ପାହାଡ଼ରେ ଥିବା ମା’ଙ୍କର ଅନ୍ୟ ଏକ ଗମ୍ଭୀରାକୁ ମା’ଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମାଙ୍କ ସେବାୟତ ସଜାଗ ଥିବା ବେଳେ ବଡ଼ମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି। ମନ୍ଦିରରେ ମା’ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଗତ ରାତିରେ ବନ୍ୟା ଜଳ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ମହାନଦୀ ପାଣିଥିଲା। କ୍ରମଶଃ ଏହା ବୃଦ୍ଧି ପାଇ ଏବେ ପ୍ରାୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଯଥା ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ବନ୍ୟା ଆଶ୍ରୟସ୍ଥଳିରେ ମା’ଙ୍କର ପୂଜାନୀତିରେ ଯେପରି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଏହାପରେ ଆଜି ସକାଳେ ସ୍ଥାନୀୟ ତହସିଲଦାର ନୀଳକଣ୍ଠ ବେହେରା ମା’ଙ୍କ ମନ୍ଦିର ପରିସରରେ ପହଞ୍ଚି ୧୪୪ ଧାରା ଜାରି କରିଛନ୍ତି। ସିଂହନାଥ ପୀଠରେ ବି ୧୪୪ ଧାରା ଜାରି କରାଯାଇଛି। ମନ୍ଦିରରେ ତହସିଲ କର୍ମଚାରୀଙ୍କ ସହ ପୁଲିସ୍‌ ମୁତୟନ କରାଯାଇଛନ୍ତି।

Leave a Reply

Your email address will not be published. Required fields are marked *