ମା’ ତାରିଣୀ ଦର୍ଶନ କରି ଫେରୁଥିଲେ; ଦୁର୍ଘଟଣା ଘଟି ଗୋଟିଏ ପରିବାରର ୪ ଗୁରୁତର, ଜଣେ ଆହତ

କେନ୍ଦୁଝର ଜିଲ୍ଲା ଘଷିପୁରା ୨୦ନଂ ଜାତୀୟ ରାଜପଥ ମା’ ମଙ୍ଗଳା ହୋଟେଲ ନିକଟରେ କାର ଦୁର୍ଘଟଣାଗ୍ରସ୍ତ ଘଟି ଗୋଟିଏ ପରିବାରର ୪ଜଣ ଗୁରୁତର ଜଣେ ଆହତ ହୋଇଛନ୍ତି I

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲାର ସୋର ଅଞ୍ଚଳରୁ ଏକ ପରିବାର ଘଟଗାଁ ମା’ତାରିଣୀ ଦର୍ଶନ ସାରି ଫେରୁଥିବା ବେଳେ କାର ସାମ୍ନାକୁ ଏକ ବାଇକ ଆରୋହୀ ପଲାଇ ଆସିଥିଲେ, ତାଙ୍କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପୋଲ ଉପରେ ଧକ୍କା ହୋଇଥିଲା ଯାହା ଫଳରେ ଦୁର୍ଘଟଣା ହୋଇଛି |

ଶିବ ପ୍ରସାଦ ସେଠୀ, ପାର୍ବତୀ ସେଠୀ, ପଦ୍ମାବତୀ ସେଠୀ, ସୁଲୋଚନା ସେଠୀଙ୍କୁ ଗୁରୁତରଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି |