ମାଓ ଆକ୍ରମଣରେ ଓଡିଆ ସିଆରପିଏଫ୍ ଯବାନ ସହିଦ

ଝାଡଖଣ୍ଡରେ ମାଓ ହମଲାରେ ଓଡିଆ ସିଆରପିଏଫ୍ ଯବାନ ସହିଦ । ତାଙ୍କ ନାଁ ସୁଶାନ୍ତ କୁମାର ଖୁଣ୍ଟିଆ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ। ଆଜି ଦିନ ପ୍ରାୟ ୧୧ଟାରୁ ସାଢ଼େ ୧୧ ମଧ୍ୟରେ ଏହି ଘଟଣା ଘଟିଛି। ସିଆରପିଏଫ୍‌ର ୬୦ ବାଟାଲିୟନର ଯବାନମାନେ କମ୍ବିଂ ସାରି ଫେରୁଥିବା ସମୟରେ ନକ୍ସଲମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ। ଫଳରେ ନକ୍ସଲଙ୍କ ଗୁଳିମାଡ଼ରେ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଥିଲେ। ତାଙ୍କ ଛାତିରେ ଗୁଳି ବାଜିଥିଲା। ସେହିପରି ଆଉ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କ ନାଁ ମୁନ୍ନା ଲାଲ ଯାଦବ। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ତାଙ୍କ ଘର ଉତ୍ତର ପ୍ରଦେଶରେ। ତାଙ୍କୁ ରାଞ୍ଚିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *