ମହୁଲି ମଦ ଚାଲାଣ ବେଳେ ଚଢାଉ

ମହୁଲୀ ମଦ ଚାଲାଣବେଳେ ମାଡ଼ିବସିଲା ଅବକାରୀ ବିଭାଗ । ଯୋଡ଼ାରୁ ସୁନ୍ଦରଗଡ କୋଇଡାକୁ ମହୁଲି ମଦ ଚାଲାଣ ବେଳେ ଅବକାରୀ ବିଭାଗର ଚଢାଉ କରି | ମହୁଲି ମଦ ଜବତ ହୋଇଛି | କାର୍ ଯୋଗେ ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳକୁ ମହୁଲୀ ମଦ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇବା ପରେ ବାମେଵାରୀ ନିକଟରେ ଅବକାରୀ ବିଭାଗ ମାଡ଼ି ବସିଥିଲେ ।

ଘଟଣା ସ୍ଥାଳରୁ ମହୁଲୀ ମଦ ବୋଝେଇ କାର ଜବତ୍ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି | ଅବକାରୀ ବିଭାଗ ସୂଚନା ଦେଇଛି ।