ପୁରୀ ଜିଲ୍ଲା ପ୍ରଶାସନ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଆଜି ସମସ୍ତ ୨୫୯୯ ଅଙ୍ଗନବାଡି କେନ୍ଦ୍ର ରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା, ବେଟୀ ବଚାଓ ବେଟୀ ପଢାଓ ର ଆହ୍ଵାନ ଦେଇ ଏହି ଶୋଭାଯାତ୍ରା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଅଞ୍ଚଳ ପରିକ୍ରମା କରିଥିଲା । ଜିଲ୍ଲା ସ୍ତରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା ଓ ଅନ୍ୟ ଅଧିକାରୀ ମାନେ ଏହାର ପରିଚାଳନା କରିଥିଲେ ।
ସମାଜ ରେ ଝିଅ ଓ ପୁଅ ଉଭୟଙ୍କ ର ଅବଦାନ ରହିଛି । ଝିଅ କୁ ଉପଯୁକ୍ତ ଭାବେ ସୁରକ୍ଷା ଦେଲେ ଓ ପଢାଇଲେ ସେ ମଧ୍ୟ ସମାଜରେ ଜଣେ ଜଣେ ସମ୍ବଳ ହୋଇ ଉଭା ହେବେ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଶିଶୁ ବିଶେଷ କରି ଝିଅ ମାନଙ୍କ ସୁରକ୍ଷା ଲକ୍ଷ୍ୟ ରେ ସଚେତନ କରାଇବା ଏହି ଶୋଭାଯାତ୍ରା ର ଉଦ୍ଦେଶ୍ୟ ବୋଲି ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ବେଉରା ସୂଚନା ଦେଇଥିଲେ ।
ଅପରପକ୍ଷରେ ଯଦି କୌଣସି କ୍ଷେତ୍ରରେ ଅସଦାଚରଣ ବା ସେହିଭଳି ମନ୍ଦ ଉଦ୍ଦେଶ୍ୟ ରେ କାହା ଠାରୁ ଇଙ୍ଗିତ ମିଳେ ତେବେ ତତକ୍ଷଣାତ ମହିଳା ମାନଙ୍କ ସୁରକ୍ଷା ପାଇଁ ହେଲ୍ପ ଲାଇନ ନମ୍ବର ୧୮୧,ଶିଶୁ ସୁରକ୍ଷା ହେଲ୍ପ ଲାଇନ ନମ୍ବର ୧୦୯୮ ଓ ଏମରଜେନ୍ସି ନମ୍ବର ୧୧୨ ରେ ଯୋଗାଯୋଗ ପାଇଁ ଏହି ଶୋଭାଯାତ୍ରାରେ ସୂଚନା ଦିଆଯାଇଥିଲା ।
ଅପରପକ୍ଷରେ ସମସ୍ୟା ପାଇଁ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ମାନଙ୍କ ରେ ଆଇସିସି ବା ଇଣ୍ଟରନାଲ କମ୍ଲେନ କମିଟି ର ସହାୟତା ନେବା ପାଇଁ ଅନୁରୋଧ କରାଯାଇଥିଲା ।