ମହିଳାଙ୍କ ସୁରକ୍ଷା ପାଇଁ ଗଠନ ହେଲା ‘ନିର୍ଭୟା ବାହିନୀ’

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଓଡ଼ିଶା ଯୁବ ସାଂସ୍କୃତିକ ସଂସଦ ପକ୍ଷରୁ ରାଜଧାନୀରେ ଏକ ଭବ୍ୟ ‘ନିର୍ଭୟା ସମାରୋହ’ ଆୟୋଜିତ ହୋଇଯାଇଛି। ମହିଳାଙ୍କ ସମ୍ମାନ ଓ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର କୋଣ ଅନୁକୋଣରୁ ଶତାଧିକ ମହିଳା ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭରେ ମାଷ୍ଟର କ୍ୟାଣ୍ଟିନ ଛକରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳାମାନେ ନିଜର ଅଧିକାର ଏବଂ ସୁରକ୍ଷା ସମ୍ପର୍କିତ ସ୍ଲୋଗାନ ଦେଇ ସମାଜରେ ସଚେତନତା ସୃଷ୍ଟି କରିଥିଲେ।

ପଦଯାତ୍ରା ପରେ ଏକ ସ୍ଥାନୀୟ ହୋଟେଲରେ ମୁଖ୍ୟ ସମାରୋହ ଆୟୋଜିତ ହୋଇଥିଲା। ଶୀତକଣ୍ଠ ଦାଶ: ଅଧ୍ୟକ୍ଷ, କଳିଙ୍ଗ ହସ୍ପିଟାଲ, ଗୁରୁ କଲ୍ୟାଣ ମହାପାତ୍ର: ସମ୍ପାଦକ, ଦୈନିକ ଖବରକାଗଜ ‘ସମୟ’, ବିକେ ଦୁର୍ଗେଶ ନନ୍ଦିନୀ, ପ୍ରଫେସର ସୋମା ଚାନ୍ଦ, ଶକୁନ୍ତଳା ବଳିୟାର ସିଂ: ବିଶିଷ୍ଟ ଲେଖିକା, ଏହି ଅବସରରେ ଏକ ବଡ଼ ଘୋଷଣା କରାଯାଇଛି। ମହିଳାଙ୍କୁ ନ୍ୟାୟ ଓ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ‘ନିର୍ଭୟା ବାହିନୀ’ ଗଠନ କରାଯାଇଛି। ରାଜ୍ୟର ପ୍ରତି ବ୍ଲକର ମହିଳାଙ୍କୁ ଏହି ବାହିନୀରେ ଯୋଡ଼ି ନାରୀ ଅଧିକାର ପାଇଁ ଲଢ଼େଇ କରିବା ଏବଂ ସେମାନଙ୍କୁ ଆଇନଗତ ସହାୟତା ପ୍ରଦାନ କରିବା। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରତିଭାବାନ ମହିଳାମାନଙ୍କୁ ‘ନିର୍ଭୟା ପୁରସ୍କାର ୨୦୨୬’ ରେ ସମ୍ମାନିତ କରାଯାଇଥିଲା। ଏହା ସହିତ ମଞ୍ଚରେ ମନୋରମ ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରାଯାଇ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରାଯାଇଥିଲା।