ମହିଳାଙ୍କୁ କୁମ୍ଭୀର ମୁହଁରୁ ଟାଣି ଆଣିଲେ ଦୁଇ ଯୁବକ

ବିରାଟକାୟ କୁମ୍ଭୀର ମୁଁହରୁ ଅଳ୍ପକେ ବର୍ତିଲେ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବାଙ୍ଗରା ପଞ୍ଚାୟତ ଅନ୍ତର୍ଗତ କୃପାସିନ୍ଧୁ ହାଇସ୍କୁଲ ନିକଟ ଖରସ୍ରୋତା ନଦୀରେ । ସୂଚନା ମୁତାବକ, ଗତକାଲି କିଛି ମହିଳା ନଦୀକୁ ଗାଧୋଇବାକୁ ଆସିଥିବା ବେଳେ ହଠାତ ପଛପଟୁ ଏକ ବିରାଟକାୟ କୁମ୍ଭୀର ଆକ୍ରମଣ କରିଥିଲା । ଆଉ ମହିଳା ଜଣଙ୍କ ଚିତ୍କାର କରିବା ପରେ ଦୁଇ ଯୁବକ ତାଙ୍କୁ ଉପରକୁ ଘୋସାଡି ଆଣିଥିଲେ । ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ମହିଳା ଜଣକ ।

ଏଭଳି ଘଟଣା ହେବା ଫଳରେ ନଦୀ କୂଳିଆ ଲୋକେ ଭୟବିତ ହୋଇପଡିଛନ୍ତି । ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବନବିଭାଗକୁ ବାରମ୍ବାର ଅଭିଯୋଗ କଲେ ସୁଧା ଏଯାଏଁ କୌଣସି ସୁଫଳ ମିଳିପାରି ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କୁମ୍ଭୀର କବଳରୁ ରକ୍ଷା ପାଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ନଦୀ କୁଳିଆ ଲୋକେ ।

Leave a Reply

Your email address will not be published. Required fields are marked *