ମହାସିନ୍ଧୁ ଗ୍ରାମରେ ଆରମ୍ଭ ହେଲା ସାପ୍ତାହିକ ବଜାର

ରିଆମାଳ ବ୍ଳକ ଅନ୍ତର୍ଗତ ନୂଆଡିହ ପଞ୍ଚାୟତ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମରେ ଆଜି ଠାରୁ ସାପ୍ତାହିକ ବଜାର ଆରମ୍ଭ ହୋଇଯାଇଛି |

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୁଣ୍ଡିଆପାଲି ପଞ୍ଚାୟତ ସରପଞ୍ଚ ପ୍ରକାଶ କୁମାର ଆଚାର୍ଯ୍ୟ ଓ ନୂଆଡିହ ଗ୍ରାମ ପଞ୍ଚାୟତର ସରପଞ୍ଚ ମୋତିମାଳା ମହାକୁଳ , ଓ କୋଲ୍ହବସା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁଶ୍ରୀ ସଂଗୀତା ସାହୁ ତାଙ୍କ ସହିତ ନୂଆଡିହ ପଞ୍ଚାୟତ ର ନାଏବ ସରପଞ୍ଚ ବିଷ୍ଣୁ ଚରଣ ଦେହୁରୀ, ବୁଦ୍ଧିଜିବୀ ମନମୋହନ ମହାକୁଳ ଗ୍ରାମ ର ଦେବାଧୀ ସାହୁ ରହି ଉଦଘାଟନ କରିଥିଲେ |

ଏହି ବଜାରଟି ପ୍ରତ୍ୟେକ ଗୁରୁବାର ସକାଳ ସମୟରେ ଆରମ୍ଭ ହେବା ପାଇଁ ସ୍ଥିରୀକୃତ ହୋଇଛି |ଏହି ବଜାର ପାଇଁ ମହାସିନ୍ଧୁ,ବନାକାଲ,ତଥା ନିକଟରେ ଥିବା ଗ୍ରାମ ର ଲୋକ ମାନେ ସୁବିଧା ପାଇପାରିବେ |