ମହାବିଶୁବ ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଆଜି ପବିତ୍ର ପଣା ସଂକ୍ରାନ୍ତି । ଏହି ଅବସରରେ ପୁରାତନ ସ୍ବେଛାସେବୀ ଅନୁଷ୍ଠାନ ଶାନ୍ତି ପକ୍ଷରୁ ଶୀତଳ ବାମ୍ଫ ଚିକିତ୍ସା ଉଦଘାଟିତ ହୋଇଛି । ସମଗ୍ର ରାଜ୍ୟରେ ଏହା ଏକ ନିଆରା ପ୍ରୟାସ । ପ୍ରବଳ ଗ୍ରୀଷ୍ମ ଉତ୍ତାପରୁ ରକ୍ଷା ପାଇବାପାଇଁ ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଶୀତଳ ବାମ୍ଫ ଦେବା ସଙ୍ଗେସଙ୍ଗେ ଟଙ୍କ ତୋରାଣି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ , ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବରାଳ, ରାଜ୍ୟ ସଦସ୍ୟ ସୁବାଶିଷ ଖୁଣ୍ଟିଆ, ଟାଉନ ଥାନା IIC ଗୋକୁଳାନନ୍ଦ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏହି ଅନୁଷ୍ଠାନ ଦୀର୍ଘ ୨୪ବର୍ଷ ହେଲା ଏହି ସେବା ଯୋଗାଇଦେଇ ଆସୁଛି । ଆସନ୍ତା ବାହୁଡା଼ ଯାତ୍ରା ଓ ସୁନାବେଶ ପର୍ଯ୍ୟନ୍ତ ଏହିସେବା ଯୋଗାଇଦିଆଯିବ ବୋଲି ଅନୁଷ୍ଠାନର ସମ୍ପାଦକ ପଦ୍ମନାଭ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଅନୁଷ୍ଠାନର ସଭାନେତ୍ରୀ ସଂଘମିତ୍ରା ଦାସ, ପୁଷ୍ପଜିତ ମହାପାତ୍ର, ପରିଦର୍ଶନ ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ, ପ୍ରମୁଖ ସହଯୋଗ କରିଥିଲେ ।