ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା | ଟ୍ରକ ଧକ୍କାରେ ବାଇକ ଆରୋହୀ ଗୁରୁତର | ଏଭଳି ଘଟଣା ଦେଖିବାକୁ ମିଳିଛି ପର୍ଶଳା ଛକ ନିକଟରେ । ରିମୁଳି ପଟୁ ଯାଉଥିବା ଏକ ବାଇକକୁ ପର୍ଶଳା ଛକ ନିକଟରେ ଅଜଣା ଟ୍ରକ ଧକ୍କା ଦେବାରୁ ବାଇକରେ ଯାଉଥିବା ତିନିଜଣ ଗୁରୁତର ଆହତ ହେଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଡାକ୍ତରଖାନା ପଠାଇଥିଲେ । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥା ରେ ଜଣକ ମୃତ୍ୟୁ ହୋଇଛି |

ମୃତକ ଝୁମ୍ପୁରା ଥାନା ଗୁମରା ଗ୍ରାମର ଗଣେଶ ପ୍ରସାଦ ହୋଇଥିବା ବେଳେ ଆହତ ଦୁଇ ଜଣ ହେଉଛନ୍ତି ଉକ୍ତ ଗ୍ରାମର ସୋମନାଥ ସର୍ଦ୍ଦାର ଓ ପର୍ଶଳା ଗ୍ରାମର ସତ୍ୟାନନ୍ଦ ଗିରି ବୋଲି ଜଣାପଡିଛି l ସେମାନଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ଗୁରୁତର ଅବସ୍ଥାରେ ସତ୍ୟାନନ୍ଦକୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।