ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ଜଗନ୍ନାଥଙ୍କୁ ବି ଛାଡିଲେନି | ଜଗନ୍ନାଥ ମନ୍ଦିରରେ ପଶି ଲୁଟିଲେ ଦୁର୍ବୃତ୍ତ | ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଶ୍ରଦ୍ଧା କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଲୁଟ ହୋଇଛି | ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ମାନେ ମନ୍ଦିରର ମୁଖ୍ୟ ଗେଟର ତାଲା ଭାଙ୍ଗି ହୁଣ୍ଡି ବାକ୍ସ ଲୁଟ କରିଛନ୍ତି |

ସୂଚନା ଅନୁଯାୟୀ, ଗତକାଲି ମନ୍ଦିରର ନନା ପୂଜାର୍ଚ୍ଚନା ସାରି ମନ୍ଦିରର ମୁଖ୍ୟ ଫାଟକରେ ତାଲା ପକାଇ ଯାଇଥିଲେ | କିନ୍ତୁ ଆଜି ସକାଳୁ ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସି ଦେଖିବା ବେଳକୁ ମନ୍ଦିରର ଉତ୍ତର କବାଟ ତାଲା କାଟି ଦୁର୍ବୃତ୍ତ ମାନେ ଭିତରକୁ ପଶି ହୁଣ୍ଡି ବାକ୍ସକୁ ଭାଙ୍ଗି ଲୁଟ କରିଛନ୍ତି |

ଏନେଇ ବାଲିଆପାଳ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି |

ତେବେ ଦୁର୍ବୃତ୍ତ ମାନେ କେତେ ଟଙ୍କା ଲୁଟ କରିଛନ୍ତି ତାହା ସ୍ପଷ୍ଟ ଜଣା ପଡିନାହିଁ | ଦିନକୁ ଦିନ ବାଲିଆପାଳ ଅଞ୍ଚଳରେ ଏଭଳି ଚୋରି ବଢୁଥିବାରୁ ପୋଲିସ ପେଟ୍ରୋଲିଂ କଡାକଡି କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ |