ମନ୍ଦିର ସାମଗ୍ରୀ ଚୋରି ଘଟଣାରେ ୩ ଗିରଫ

ଦୀର୍ଘ ଦିନ ଧରି ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ମଠ ଓ ମନ୍ଦିରରୁ ହୁଣ୍ଡି ଓ ପୂଜା ସାମଗ୍ରୀ ଚୋରି ଚାଲିଥିବା ବେଳେ ଶେଷରେ ପୋଲିସ ବଡ଼ ସଫଳତା ହାସଲ କରିଛି । ଗତକାଲି ଠାକୁରଗଡ଼, ହଣ୍ଡପା, ଓ କିଶୋର ନଗର ପୋଲିସ ଚୋରି ସାମଗ୍ରୀ କୁ ଠାବ କରି ଜବତ କରିବା ସହିତ ଚୋରି କାମରେ ବ୍ୟବହୃତ ହେଉଥିବା ବାଇକ ସହ ଚୋରକୁ ଧରିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନାନୁସାରେ, ଆଠମଲ୍ଲିକ ବ୍ଲକ କୃତିବାସପୁର ପଞ୍ଚାୟତ ଅନ୍ତର୍ଗତ ତିଲେଇଶ୍ୱର ଗ୍ରାମର ମନମୋହନ ପ୍ରଧାନ , ହେମନ୍ତ କୁମାର ପ୍ରଧାନ ଏକ ବାଇକରେ ଦୀର୍ଘ ଦିନରୁ ବିଭିନ୍ନ ଦେବଦେବୀଙ୍କ ମନ୍ଦିରରୁ ହୁଣ୍ଡି, ସହିତ ମନ୍ଦିରର ନିତ୍ୟ ବ୍ୟବହାର ଜିନିଷ ଚୋରି କରି ପତିଆରା ବଢେଇ ଥିବା ଦେଖିବାକୁ ମିଳିଥିଲା । ଗତକାଲି ସନ୍ଧ୍ୟା ସମୟରେ ଉକ୍ତ ଚୋରମାନେ ନାକିଚୀ ଶିବ ମନ୍ଦିରରୁ ଚୋରି କରି ଆସି ଛକରେ ବୁଲାବୁଲି କରୁଥିବା ବେଳେ ସନ୍ଦେହରେ ସ୍ଥାନୀୟ ଲୋକେ ହଣ୍ଡପା ପୋଲିସ କୁ ଖବର ଦେଇଥିଲେ ।

ଖବର ପାଇ ହଣ୍ଡପା, କିଶୋର ନଗର ଓ ଠାକୁରଗଡ଼ ପୋଲିସ ଙ୍କ ମିଳିତ ଉଦ୍ୟମ ରେ ଦୁଇ ଚୋର ଙ୍କୁ କାବୁ କରିବା ସହ ବ୍ୟବହୃତ ବାଇକକୁ ଜବତ କରିଥିବା ବେଳେ ଚୋରୀ ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିବା ସହ ଚୋରି ସାମଗ୍ରୀ କୁ କିଣିଥିବା ବ୍ୟକ୍ତି ହେଉଛନ୍ତି ସଞ୍ଜୟ ମେହେନାକୁ ପୋଲିସ ଗିରଫ କରିଛି । ୫ ଟି ଢ଼ାଳ, ୩ ଟି ଘଣ୍ଟ, ଛୋଟ ବଡ଼ ମାଳି ଘଣ୍ଟି ୫ ଟି ସମେତ ବିଭିନ୍ନ ସାମଗ୍ରୀ ଜବତ କରିଥିବା ଜଣାପଡିଛି । ଅନ୍ୟାନ୍ୟ ମଠ ମନ୍ଦିରରୁ ଚୋରି କରିବା ସହିତ ନାକିଚୀନ, ଶିବ ମନ୍ଦିର, କୃତିବାସପୁର ଶିବ ମନ୍ଦିର, କୁରୁମୁଟାପ ମନ୍ଦିର ରୁ ଚୋରି କରିଥିବା ଅଭିଯୁକ୍ତ ମାନେ ସ୍ବୀକାର କରିଛନ୍ତି ।

ଏଥିରେ ହଣ୍ଡପା ଥାନା ଅଧିକାରୀ ନମିତା ନାୟକ, ଠାକୁରଗଡ଼ ଥାନା ଅଧିକାରୀ ଶଶି ଭୂଷଣ ବେହେରା, ସବ୍ ଇନ୍ସପେକ୍ଟର ମନୋଜ କୁମାର ବେହେରା , ଏଏସଆଇ ଶେଷଦେବ ସାମଲ, ହଣ୍ଡପା ପୋଲିସ ଷ୍ଟେସନ ଏଏସଆଇ ବନିତା ପ୍ରଧାନ , କିଶୋରନଗର ପୋଲିସ ଷ୍ଟେସନ ଏଏସ୍ଆଇ ଗୋପାଳ ବେହେରା ଙ୍କ ମିଳିତ ଉଦ୍ୟମ ରେ ଚଢ଼ାଉ ଜାରି ହୋଇଥିଲା ।