ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ସାମରିକ ତିକ୍ତତା ଯୋଗୁଁ ପଶ୍ଚିମ ଏସିଆର ଆକାଶ ମାର୍ଗ ବନ୍ଦ ରହିଛି। ଏହି କାରଣରୁ କୁଏତ ଯାଉଥିବା ୮ ଜଣ ଭାରତୀୟ ଯାତ୍ରୀ ଅକସ୍ମାତ ପାକିସ୍ତାନର କରାଚୀରେ ପହଞ୍ଚିଛନ୍ତି। ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ସାମରିକ ତିକ୍ତତା ଯୋଗୁଁ ପଶ୍ଚିମ ଏସିଆର ଆକାଶ ମାର୍ଗ ବନ୍ଦ ରହିଛି। ଏହି କାରଣରୁ କୁଏତ ଯାଉଥିବା ୮ ଜଣ ଭାରତୀୟ ଯାତ୍ରୀ ଅକସ୍ମାତ ପାକିସ୍ତାନର କରାଚୀରେ ପହଞ୍ଚିଛନ୍ତି। ଇରାନ ପକ୍ଷରୁ ୟୁଏଇ, ବାହାରିନ ଓ କୁଏତ ଉପରେ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଏୟାର ଆରବିୟା ବିମାନରେ ଆଜରବାଇଜାନରୁ କୁଏତ ଯାଉଥିବା ୮ ଜଣ ଭାରତୀୟ କରାଚୀ ବିମାନବନ୍ଦରରେ ଅଟକି ରହିଛନ୍ତି। ଏମାନଙ୍କ ମଧ୍ୟରେ କେରଳର ଏକ ପରିବାର ସାମିଲ ଅଛନ୍ତି। କେରଳ ସରକାରୀ ସଂସ୍ଥା ନୋର୍କା ରୁଟ୍ସ ଏବଂ ଭାରତର ବୈଦେଶିକ ମନ୍ତ୍ରଣାଳୟ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ବିକଳ୍ପ ମାର୍ଗ ଭାବେ ସେମାନଙ୍କୁ ଶ୍ରୀଲଙ୍କାର କଲମ୍ବୋ ଦେଇ ଭାରତ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରଣାଳୟ ବିଚାର କରୁଛି। ପ୍ରଭାବିତ ପରିବାରକୁ ସହାୟତା ପାଇଁ ଏକ ସ୍ୱତନ୍ତ୍ର ‘ହେଲ୍ପ ଡେସ୍କ’ ମଧ୍ୟ ସ୍ଥାପନ କରାଯାଇଛି।