ମଦ୍ୟପଙ୍କ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ରେକୁଟିଆ ଠାରେ ମଦ୍ୟପ ପଙ୍କଜ ମଲ୍ଲିକଙ୍କ ଆକ୍ରମଣରେ ସୁରିଆ ନାହକ ନାମକ ବ୍ୟକ୍ତି ଗୁରୁତର ହୋଇଛନ୍ତି | ଏଭଳି ଅଭାବନୀୟ ଘଟଣା ଘଟିଛି ରେକୁଟିଆ ଠାରେ |

ସୂଚନା ଅନୁଯାୟୀ, ଆଜି ଚଢେଇ ମଦ ପିଇ ରେକୁଟିଆ ଛକରେ ଅନେକ ଲୋକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଲୋକଙ୍କ ଉପରକୁ ଟେକା ପଥର ଫିଙ୍ଗିଥିଲା ମଦ୍ୟପ | ଲୋକେ ପୋଲିସକୁ ଖବର ଦେବାରୁ ପୋଲିସ ପହଞ୍ଚି ମଦ୍ୟପକୁ ପାଟି କରିଥିଲେ |

ଫଳରେ ସେ କିଛି ସମୟ ଜାଗା ଛାଡି ପଳେଇଥିଲା | ପରେ କାହିଁକି ପୋଲିସକୁ ଡାକିଲ କହି ଗାଳି ଗୁଲଜ କରୁଥିବାବେଳେ ସେଇ ବାଟ ଦେଇ ଗାଈ ଆଣିବାକୁ ସୁରିଆ ଯାଉଥିବା ବେଳେ ମଦ୍ୟପ ଭାଷା ଖରାପ କରି ପାଟି କରୁଥିବା ଦେଖି କାହିଁକି ଏମିତି କହୁଛୁ ପଚାରିବାରୁ ମଦ୍ୟପ ପଙ୍କଜ, ସୁରିଆକୁ ଏକ ମଦ ବୋତଲରେ ମୁଣ୍ଡକୁ ଆକ୍ରମଣ କରିଥଲା |

ଫଳରେ ସୁରିଆଙ୍କ ମୁଣ୍ଡ ଫାଟି ଯିବାରୁ ସ୍ଥାନୀୟ ଯୁବକ ମାନେ ଉଦ୍ଧାର କରି କେଶଦୁରାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ଅବସ୍ଥା ଗୁରୁତର ହେବାରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ୧୦୮ ଯୋଗେ ସ୍ଥାନାନ୍ତରିତ କରାଯାଇଛି | ମଦ୍ୟପଙ୍କ ବିରୁଦ୍ଧରେ ଘଷିପୁରା ଥାନାରେ ଅଭିଯୋଗ ଦିଆଯିବା ସହ ରେକୁଟିଆ ଛକରେ ଚୋରା ମଦ ବିକ୍ରି ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି |