ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକୀୟ ସେଫ୍ଟି ସରଞ୍ଜାମ ଯୋଗାଇ ଦିଆଯାଇଛି

ମତ୍ସ୍ୟଜୀବୀ ଙ୍କ ଘର ହେଉଛି ସମୁଦ୍ର, ସ୍ଥଳଭାଗ ଅପେକ୍ଷା ସମୁଦ୍ର ରେ ସେମାନେ ଅଧିକ ସମୟ ବିତାଇ ଥାଆନ୍ତି। ତେଣୁ ସେମାନଙ୍କୁ ସଚେତନ କରାଇବା ସହିତ ବାତ୍ୟା କିମ୍ବା କୌଣସି ପ୍ରାକୃତିକ ଦୁର୍ବିପାକ ସମୟରେ ସମୁଦ୍ର ରେ କିଭଳି ନିଜର ଜୀବନ ରକ୍ଷା କରିପାରିବେ ସେଥିପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକୀୟ ସେଫ୍ଟି ସରଞ୍ଜାମ ଯୋଗାଇ ଦିଆଯାଇଛି। ପାରାଦ୍ଵୀପ ଜୟଦେବ ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରାଦ୍ଵୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଯୋଗଦେଇ ମତ୍ସ୍ୟଜୀବୀ ଏହି ସେଟ୍ଟି ସରଞ୍ଜାମ ପ୍ରଦାନ କରିଥିଲେ।

ମତ୍ସ୍ୟଜୀବୀ ମାନେ ସମୁଦ୍ର ରେ ୧୦ ରୁ ୧୨ ଦିନ ରହି ମାଛ ଧରିଥାନ୍ତି। କିନ୍ତୁ କୈଣସି କାରଣ ବସତ ଯଦି ବୋଟ୍ ଖରାପ ହେଲା କିମ୍ବା ପ୍ରାକୃତିକ ଦୁର୍ବିପାକ ସମୟରେ ସମୁଦ୍ର ମଝିରେ ସେମାନେ ଜୀବନ ସହିତ ସଂଗ୍ରାମ କରିଥାନ୍ତି। ବୋଟ୍ ରେ ମାଲିକ ମାନଙ୍କ ଦ୍ବାରା ଦିଆଯାଉଥିବା ସେଫ୍ଟି ସରଞ୍ଜାମ ଉଚ୍ଚକୋଟୀର ହେଉନଥିବା ବେଳେ, ରାଜ୍ୟ ସରକାର ଏଥିପାଇଁ ତତ୍ପର ହୋଇଛନ୍ତି। ରାଜ୍ୟର ଆର୍ଥିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବା ମତ୍ସ୍ୟଜୀବୀ ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ମତ୍ସ୍ୟ ଅଧିକାରୀ , କୁଜଙ୍ଗ ମତ୍ସ୍ୟ ଅଧିକାରୀ, ପାରାଦ୍ଵୀପ ମାଛଧରା ବନ୍ଦର ର ଅଧିକାରୀ ଙ୍କ ସହିତ ବହୁ ମତ୍ସ୍ୟଜୀବୀ ସଂଗଠନ ଯୋଗଦେଇଥିଲେ।