ମଣ୍ଡିରୁ ଧାନ ନ ଉଠିବା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବରଗଡ ଜିଲ୍ଲା ମିଳିତ ମାର୍କେଟ ମଞ୍ଚର ଚାଷୀ ମାନେ ୩ ଦଫା ଦାବି ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିଥିଲେ | ଚାଷୀଙ୍କ ହଜାର ହଜାର ବସ୍ତା ଧାନ ମାର୍କେଟୟାଡ଼ ଠାରେ ପଡ଼ିଥିଲେ ମଧ୍ଯ ଧାନ ଉଠୁନାହିଁ ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି |

ଚାଷୀମାନେ ୩ ଦଫା ଦାବି ନେଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ଚାଷୀଙ୍କ ଦାବି ହେଉଛି ଚାଷୀ ଯେଉଁ ଦିନ ମଣ୍ଡିକୁ ଧାନ ଆଣିବ ସେହି ଦିନ ଧାନର ମାନ ପରୀକ୍ଷା ଏବଂ ଓଜନ କରାଯାଇ ଅନଲାଇନ ରେଜିଷ୍ଟେସନ କରାଯାଊ |

ଚାଷୀ ଆଣିଥିବା ବସ୍ତା ରେ ଧାନ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଉ | ସରକାରଙ୍କ ଘୋଷଣା ମୁତାବକ ପ୍ରତ୍ୟେକ ମଣ୍ଡିରୁ ପ୍ରତିଦିନ ଯଥା ଶୀଘ୍ର ଏକ ହଜାର କ୍ୟୁଣ୍ଟାଲରୁ ଉର୍ଦ୍ଧ ଧାନ କିଣା ଯାଉ ବୋଲି ଦାବି କରିଛନ୍ତି ଚାଷୀ | ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ସହ ରାଜ ରାସ୍ତା ଅବରୋଧ କରିବା ନେଇ ଚେତାବନୀ ଦେଇଛନ୍ତି |