
ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ମୁଣ୍ଡାସାହିରେ ୨୬ ତମ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ୩ ଦିନ ମହାସମାରୋହରେ ପାଳିତ ହୋଇଯାଇଛି l ଏଥିରେ ପୂଜକ ଚୈତନ୍ୟ ମିଶ୍ର (ଚାରୁ ନନା) ରୀତିନୀତି ଅନୁଯାୟୀ ପୂଜା ଅର୍ଚନା କରିଥିବା ବେଳେ ସଂକଳ୍ପ ରେ କୀର୍ତନ ମହାନ୍ତ, ପ୍ରଦୀପ ମୁଣ୍ଡା, ଶାନ୍ତନୁ ମୁଣ୍ଡା ବସିଥିଲେ l ଉଦଯାପନ ଦିବସରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ, ବିଜେପି ନେତା, ଧର୍ମ ପରାୟଣ ବ୍ୟକ୍ତି ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗ ଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳା, ଜନ୍ମ ବୃତାନ୍ତ, ଦ୍ଵାପର ଯୁଗ ସମ୍ପର୍କରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରି କଳି ଯୁଗରେ ନାନା ପ୍ରକାର ଅନାଚାର ଦେଖାଦେଇଥିବାରୁ ପ୍ରଥମରୁ ପିଲାମାନଙ୍କୁ ସଂସ୍କାରିତ କରିବାକୁ ସଚେତନ କରିବା ସଙ୍ଗେ ସଙ୍ଗେ ପିତା ମାତା ଗୁରୁଜନ ମାନଙ୍କୁ ସମ୍ମାନିତ କରିବା ଓ ଭାଇଚାରା, ଏକତା ବଜାଇ ରଖିବାକୁ ଦିଗଦର୍ଶନ ଦେଇଥିଲେ l
ଅନ୍ୟତମ ଅତିଥି, ବକ୍ତାଭାବେ ଯୁବ ସମାଜସେବୀ ଦିବାକର ମହାନ୍ତ, ସାମ୍ବାଦିକ ସଞ୍ଜୀବ ସିର୍କl ମହିଳା ମୋର୍ଚ୍ଚା ର ସଞ୍ଜୁଲତା ମୁଣ୍ଡା, ଗ୍ରାମର ଭଦ୍ରବ୍ୟକ୍ତି ନିଶାକର ମୁଣ୍ଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ l ପ୍ରଥମେ ଗ୍ରାମବାସୀ ଓ ମହିଳା ଗୋଷ୍ଠୀ ଦ୍ଵାରା ମୁଖ୍ୟଅତିଥି ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ବନ୍ଦାପନା କରି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଆଦିବାସୀ ନୃତ୍ୟର ତାଳେ ତାଳେ ମଞ୍ଚ ତଥା ପୂଜା ମଣ୍ଡପକୁ ପାଛୋଟି ନେଇଥିଲେ l କାର୍ଯ୍ୟକ୍ରମକୁ ଜନ୍ମାଷ୍ଟମୀ ପୂଜା କମିଟି ସମ୍ପାଦକ ହୃଷିକେଶ ମହାନ୍ତ ସଂଯୋଜନା କରିଥିବା ବେଳେ ଦିବାକର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ l ଜନ୍ମାଷ୍ଟମୀ ଉତ୍ସବରେ ସହସ୍ରାଧିକ ଗ୍ରାମବାସୀ ମହିଳା ଯୋଗଦେଇ ଅଂଶଗ୍ରହଣ କରିଥିଲେ l କାର୍ଯ୍ୟକ୍ରମକୁ ଜନ୍ମାଷ୍ଟମୀ ପୂଜା କମିଟି ସଦସ୍ୟ -ହୃଷିକେଶ ମହାନ୍ତ, ଶରତ କୁମାର ମହାନ୍ତ, ରୋହିତ ମହାନ୍ତ, ଲେମ୍ବୁ ମୁଣ୍ଡା, ନିଶାକର ମୁଣ୍ଡା, ସଞ୍ଜୁଲତା ମୁଣ୍ଡା, ପାନେଶ୍ଵରୀ ମୁଣ୍ଡା, ଟୁନି ମୁଣ୍ଡା, ସସ୍ମିତା ମହାନ୍ତ, ଶକୁନ୍ତଳା ମୁଣ୍ଡା, ଚାନ୍ଦମଣି ମୁଣ୍ଡା ପ୍ରମୁଖ ସଦସ୍ୟ, ସଦସ୍ୟା ମାନଙ୍କ ସହଯୋଗରେ ପରିଚାଳିତ ହୋଇଥିଲା l