ମଉସା ଛୁରୀ ବୁଲାଇଲେ, ପୁତୁରା ବେକରେ ବାଜିଗଲା, ଆଉ…..

ପାରିବାରିକ କଳହର କରୁଣ ପରିଣତି । କେହି କିଛି ବୁଝିବା ଅ।ଗରୁ ମଉସାର ଛୁରାମାଡାରେ ଅ।ଖିବୁଜିଲା ପୁତୁରା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୁମ୍ଭାରପ଼ଡା ଥାନା ଅନ୍ତର୍ଗତ ଉପର ମାଳିସାହିରେ । | ମୃତକ ହେଲେ ସୌମ୍ୟ ରଞ୍ଜନ ପ୍ରଧାନ | ଘଟଣା ସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆହତମାନେ ପୁରୀ ମେଡିକାଲରେ ଚିକିତ୍ସତ ହେଉଛନ୍ତି।
ସୂଚନା ଅନୁଯାୟୀ ଅଭିଯୁକ୍ତ ନୃସିଂହ ମହାନ୍ତି ଓ ତାର ପତ୍ନୀ ନନ୍ଦିନୀ ମହାନ୍ତିଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ନୃସିଂହ ନିଜ ପତ୍ନୀ ନନ୍ଦିନୀକୁ ସବୁବେଳେ ମାଡ ମାରୁଥିଲା ,ଏହି ଘଟଣା ଅତିଶୟ ହେବାରୁ ପତ୍ନୀ ନନ୍ଦିନୀ ତାଙ୍କ ବାପ ଘରକୁ ଚାଲି ଆସିଥିଲେ। ଏହାକୁ ନେଇ ଅଭିଯୁକ୍ତ ସ୍ବାମୀ ନୃସିଂହ ଘଟଣା ଦିନ ଶଶୁର ଘରକୁ ଯାଇ ପତ୍ନୀ ନନ୍ଦିନୀ ମହାନ୍ତିଙ୍କୁ ଗାଳି ଗୁଲଜ କରିବା ସହ ମାରପିଟ୍ କରିଥିଲା । ସେଠାରେ ଉପସ୍ଥିତ ଥିବା ସଢୁ, ପୁତୁରା, ଦେଢ଼ ଶାଶୁ, ଶାଶୁ ନୃସିଂହଙ୍କ ପାଖରୁ ନନ୍ଦିନୀକୁ ସୁରକ୍ଷିତ ଉଦ୍ଧାର କରିବାକୁ ଚେଷ୍ଟା କରିବା ସମୟରେ ନୃସିଂହ ଏକ ଧାରୁଆ ଛୁରିରେ ସମସ୍ତଙ୍କୁ ଅ।କ୍ରମଣ କରିଥିଲା । ଏକ ଛୁରିରେ ଆକ୍ରମଣ କରିଥଲେ, ଏଥିରେ 4ଜଣ ଅ।ହତ ହୋଇଥିବା ବେଳେ ପୁତୁରା ସୌମ୍ୟ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ସ୍ଥାନୀୟ ଲୋକେ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଚିକିତ୍ସାଧୀନ ଅବସ୍ଥାରେ ପୁତୁରା ସୌମ୍ୟ ରଞ୍ଜନ ପ୍ରଧାନ ଙ୍କ ମୃତ୍ୟୁ ହୋଇଛି ।

ଏହି ଘଟଣାରେ ଦୁଇ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି। ସେମାନେ ହେଲେ ନୃସିଂହ ମହାନ୍ତି ଓ ତାଂକ ବଡ଼ ଭାଈ କାଶୀନାଥ ମହାନ୍ତି। ନୃସିଂହ ମହାନ୍ତି ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ଏହି ହତ୍ୟାକାଣ୍ଡ ଘଟଣାରେ ନୃସିଂହଙ୍କ ପ୍ରମୁଖ ସହଯୋଗୀ ହେଉଛନ୍ତି ବଡ ଭାଇ କାଶୀନାଥ ମହାନ୍ତି । ଦୁଇ ଫେରାର ହେବାକୁ ଯୋଜନା କରୁଥୀବା ବେଳେ ପୁରୀ ସଦର ଅଂଚଳ ସମଗରା ଗ୍ରାମରୁ ଦୁଇ ଜଣକୁ ଧରିବାରେ ସଫଳ ହୋଇଛି ପୁଲିସ । ଅଭିଯୁକ୍ତଙ୍କ ଠାରୁ ହତ୍ୟାକାଣ୍ଡ ଓ ଆକ୍ରମଣରେ ବ୍ୟବହାର ହୋଇଥିବା ଛୁରୀ, ଲୁହା ରଡ଼ ଓ ଏକ ହାତୁଡି ଜବତ କରିଛି ପୋଲିସ୍।

Leave a Reply

Your email address will not be published. Required fields are marked *