ମଇଁଷି ଚୋରାଚାଲାଣ ବେଳେ ପିକଅପ ଭ୍ୟାନ ଜବତ

ଚୋରା ଚାଲାଣ ବେଳେ ମଇଁଷି ବୋଝେଇ ପିକଅପ ଭ୍ୟାନକୁ ଜବତ କରି ପୋଲିସର ଜିମା ଦେଲେ ଗ୍ରାମବାସୀ |

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ପ୍ରତାପପଶି ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ମଧ୍ୟ ଦେଇ ଝାଡଖଣ୍ଡକୁ ଚାଲାଣ ବେଳେ ଗ୍ରାମବାସୀ ଗାଡିଟିକୁ ଅଟକ ରଖି ପୋଲିସକୁ ସୂଚନା ଦେଇଥିଲେ | ଭ୍ୟାନରୁ ୬ ମଇଁଷି ଉଦ୍ଧାର କରାଯିବା ସହ ଡ୍ରାଇଭରକୁ ଅଟକ ରଖାଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି |