ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ଯଖପୁରା ରେଳଷ୍ଟେସନ୍ ନିକଟରେ ଏକ୍ସପ୍ରେସ୍ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। କୌଣସି ଅଜଣା କାରଣରୁ ଏମଜିଆର–ଚେନ୍ନାଇ ସେଣ୍ଟ୍ରାଲ–ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଘଟଣାରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ଆଜି ଭୁବନେଶ୍ୱରରୁ ଏମଜିଆର-ଚେନାଇ ସେଣ୍ଟ୍ରାଲ ନ୍ୟୁ ଜଳପାଇଗୁଡ଼ି ଏକ୍ସପ୍ରେସ କଲିକତା ଅଭିମୁଖେ ଆସୁଥିଲା । ହଠାତ କୌଣସି କାରଣରୁ ଯଖପୁର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଟ୍ରାକରୁ ତିନୋଟି ବଗି ଖସି ଯାଇଥିଲା । ସୌଭାଗ୍ୟ ବସତଃ କୌଣସି ଯାତ୍ରୀଙ୍କର କ୍ଷୟକ୍ଷତି ହେଇନଥିବା ସୂଚନା ମିଳିଛି । ସେପଟେ ଖବର ପାଇ ବରିଷ୍ଠ ଅଧିକାରୀ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।