ଭୋଟ ତାଲିକାଭୁକ୍ତ କରିବା ଉଦେଶ୍ୟରେ ସଚେତନ ପାଇଁ “ପଥ ଉତ୍ସବ ଓ ୱାକଥନ” କାର୍ଯ୍ୟକ୍ରମ

ବାଲିଗୁଡ଼ା ସହରର ତ୍ରିବେଦୀ ପାର୍କ ନିକଟରେ ଭୋଟ ତାଲିକାଭୁକ୍ତ କରିବା ଉଦେଶ୍ୟର ସଚେତନ ପାଇଁ “ପଥ ଉତ୍ସବ ଓ ୱାକଥନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି।ଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ ପ୍ରକାରେ ରାଜ୍ୟରେ 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଜନସାଧାରଣ ନିଜର ଭୋଟର ତାଲିକାଭୁକ୍ତ କରିବା ନିମନ୍ତେ ଏକ ସଚେତନ “ପଥ ଉତ୍ସବ ଓ ୱାକଥାନ “କାର୍ଯ୍ୟକ୍ରମ ସଭା ଅନୁଷ୍ଠିତ ହେଇଛି ପରେ ତ୍ରିବେଦୀ ପାର୍କ ନିକଟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଏମ ଏସ ମଧୁମିତା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ଯକ୍ରମ କୁ ଶୁଭ ଉଦଘାଟନ କରିଥିଲେ । ସେହିଭଳି ରାଇରଙ୍ଗପୁର ରେ ମଧ୍ୟ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ -୨୦୨୪ ପରିପ୍ରେକ୍ଷୀରେ ଅଧିକରୁ ଅଧିକ କିଭଳି ଯୁବ ଭୋଟର ତଥା ମହିଳା,ଦିଵ୍ଯାଙ୍ଗ,ଅସଚେତନ ଭୋଟରମାନେ ଭୋଟଦାନରେ ସାମିଲ ହେବେ ଏବଂ ଭୋଟର ପଞ୍ଜିକରଣ ସେବାରେ ଉପଲବ୍ଧ ନେଇପାରିବେ।

କାର୍ଯ୍ୟକ୍ରମକୁ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ପୌରହିତ୍ୟରେ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ପଥ ଉତ୍ସଵ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଜୟ ରାମ,ରୋଟାରୀ କ୍ଳବ୍ ସଭାପତି କାଳିପ୍ରସନ୍ନ ମହାନ୍ତି, ଏବଂ ଅନ୍ୟାନ୍ୟ ଗଣ୍ୟ ବ୍ୟକ୍ତିମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *