ଭିଜିଲାନ୍ସ ଜାଲରେ ଜଙ୍ଗଲୀ ବାବୁ

ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା !

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସୂଚନା ଅନୁସାରେ, କଟକର ଏକ ସ୍ବତନ୍ତ୍ର ଟିମ୍ ମିଶ୍ରଙ୍କ ବାସଭବନ ସମେତ ଅନ୍ୟ ୮ ଟି ସ୍ଥାନରେ ଏକ ସାଙ୍ଗରେ ରେଡ୍ କରିଛି ।

ମିଶ୍ରଙ୍କ ଢେଙ୍କାନାଳ ସହରର ଷ୍ଟେସନ ବଜାରସ୍ଥିତ ଘର, ତାଙ୍କ ଭାଇଙ୍କ ଘର, କଟକ ଓ ଭୁବନେଶ୍ୱରରେ ଥିବା ଘର, ସଦର ରେଞ୍ଜ ଅଫିସ ଓ ସରକାରୀ କ୍ଵାର୍ଟର୍ସ ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ମିଶ୍ରଙ୍କ ନାମରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ହେବାପରେ ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ରେଡ୍ କରିଥିବା ଜଣାଯାଇଛି। ଏହି ଚଢ଼ାଉରେ ୭ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ ଜଣ ଇନ୍ସପେକ୍ଟର, ୬ ଜଣ ଏସଏଆଇ ସମେତ ଅନ୍ୟ ଅଧିକାରୀ ଏବଂ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି।

ମିଶ୍ରଙ୍କ ସମ୍ପତ୍ତିର ଲମ୍ବା ତାଲିକା (ରେଡ ହେଉଥିବା ସ୍ଥାନ) ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ–

୧) ଢେଙ୍କାନାଳର ରତ୍ନା ବଜାରରେ ଅବସ୍ଥିତ ପ୍ଲଟ୍ ନମ୍ବର ୩୧୬/୬୦୩୪ ଉପରେ ତିନି ମହଲା କୋଠା

୨) ଢେଙ୍କାନାଳର ରତ୍ନା ବଜାରରେ ଅବସ୍ଥିତ ପ୍ଲଟ୍ ନଂ ୩୧୬/୬୫୪୦/୧୦୬୩୮ ଉପରେ ଦୁଇ ମହଲା କୋଠା

୩) ଇ ସି ବ୍ରଏଲର୍ ଫାର୍ମ (ମିଶ୍ର ଫାର୍ମ ହାଉସ୍) ରାହାଙ୍ଗୋଲ, ଅଟାଗର, କଟକ ଜିଲ୍ଲାରେ ଅବସ୍ଥିତ

୪) ଫ୍ଲାଟ ନଂ ୨୦୧ ରେ ବ୍ରିଣ୍ଡା ବେସେରା, ଜିଜିପି କଲୋନୀ, ରସୁଲଗଡ, ଭୁବନେଶ୍ୱର

.୫ ) ଅଟାଗର ଡିଷ୍ଟ-କଟକ ବିରକିଶୋରପୁରରେ ଶ୍ରୀ ବିଭୂଦନନ୍ଦ ମିଶ୍ରଙ୍କ ପୈତୃକ ଘର

.୬ ) ଢେଙ୍କାନାଳରରେ ଅବସ୍ଥିତ ମିଶ୍ରଙ୍କ ସମ୍ପର୍କୀୟଙ୍କ ଘରେ ରେଡ

Leave a Reply

Your email address will not be published. Required fields are marked *