ଭାଲୁ ଆକ୍ରମଣରେ ମହିଳା ଗୁରୁତର

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କୋଲିମାଟି ଗାଁର ସୁକାନ୍ତି ବେହେରା ନାମକ ଜଣେ ମହିଳା ଗାଁ ନିକଟସ୍ଥ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିବା ସମୟରେ ଅଚାନକ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ଭାଲୁ ମହିଳାଙ୍କୁ କାମୁଡି କ୍ଷତାକ୍ତ କରିବା ପରେ ସୌଭାଗ୍ୟବଶତଃ ସେ ସେଠାରୁ ଖସି ଆସିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ପରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିବା ପରେ ଚିକିତ୍ସା ଜାରି ରହିଛି।

Leave a Reply

Your email address will not be published. Required fields are marked *