
ମାନଚିତ୍ରରେ ଭାରତର ଅରୁଣାଚଳ ପ୍ରଦେଶକୁ ଦର୍ଶାଇ ବିବାଦରେ ଚୀନ,ଏବେ ଭାରତ ପରେ ଫିଲିପାଇନ୍ସ, ଭିଏତନାମ, ମାଲେସିଆ ଓ ତାଇୱାନ୍ ଚୀନକୁ ବିରୋଧ କରିଛନ୍ତି । ବିବାଦୀୟ ମାନଚିତ୍ରରେ ଦକ୍ଷିଣ ଚୀନ ସାଗର ଉପରେ ଡ୍ରାଗନ କରିଥିବା ଦାବିକୁ ଫିଲିପାଇନ୍ସ ଓ ମାଲେସିଆ ଅଗ୍ରାହ୍ୟ କରିଛନ୍ତି । ଚୀନ ଅନ୍ତର୍ଜାତୀୟ ଆଇନର ପାଳନ କରୁ ବୋଲି ଫିଲିପାଇନ୍ସ କହିଥିବା ବେଳେ ମାନଚିତ୍ରକୁ ନେଇ କୂଟନୈତିକ ସ୍ତରରେ ପ୍ରତିବାଦ କରିଛି ବୋଲି ମତ ରଖିଛି ମାଲେସିଆ । ମାନଚିତ୍ରରେ ଚୀନ ହୈନାନ୍ ଦ୍ୱୀପର ଦକ୍ଷିଣରେ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଏକ ୟୁ ସେପ୍ ଲାଇନ୍ ଦେଖା ଯାଉଛି । ଯାହାକି ଭିଏତନାମ, ଫିଲିପାଇନ୍ସ, ବ୍ରୁନେଈ ଓ ଇଣ୍ଡୋନେସିଆ ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ ଦେଇ ଯାଉଛି । ଚୀନର ଏହି ନୂଆ ମ୍ୟାପରେ ଅଧିକ ଭୌଗଳିକ ଅଞ୍ଚଳକୁ ଦର୍ଶା ଯାଇଛି । ଯେଉଁଥିରେ ତାଇୱାନକୁ ନିଜର ବୋଲି ଚୀନ ଦାବି କରିଛି । ଏହି ମ୍ୟାପ୍ ୧୯୪୮ ଜାରି ନକ୍ସା ଭଳି । ନୂଆ ମ୍ୟାପକୁ ନେଇ ତାଇୱାନ ବିଦେଶ ମନ୍ତ୍ରୀ କହିଛନ୍ତି, ଆମେ ଚୀନର ଅଂଶ ନୁହଁ । ଚୀନ ଯେତେ ଯାହା ପକ୍ଷ ରଖିଲେ ବି ଆମ ଦେଶର ଅସ୍ତିତ୍ୱକୁ ମାଟିରେ ମିଶାଇ ପାରିବ ନାହିଁ । ସେହିଭଳି ଭିଏତନାମ କହିଛି, ଚୀନ ଜାରି କରିଥିବା ନୂଆ ନକ୍ସାର କିଛି ମହତ୍ତ୍ୱ ନାହିଁ । ଏହା ଭିଏତନାମ ସୀମା ଓ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରୁଛି ।