ଭାରତ ପାଇଁ ଆସିଲା ଖୁସି ଖବର !

ଭାରତୀୟଙ୍କ ପାଇଁ ଖୁସି ଖବର , ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ବଡ଼ ଘୋଷଣା କଲେ ଫିଲିପାଇନ୍ସ ସରକାର , ମୋଦିଙ୍କ ସହ ଆଲୋଚନା ପରେ ଏଭଳି ଏକ ବଡ଼ ଘୋଷଣା କରି ଭାରତୀୟଙ୍କ ପାଇଁ ଖୁସି ଆଣି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି | ଫିଲିପାଇନ୍ସ ସରକାର ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା-ମୁକ୍ତ ପ୍ରବେଶ ପାଇଁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି – ଏବେ ଯାତ୍ରା ସୁବିଧା ଏବଂ ସାଂସ୍କୃତିକ ବିନିମୟର ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଥିବା କୁହାଯାଉଛି |

ପାଞ୍ଚ ଦିନିଆ ଭାରତ ଗସ୍ତ ସମୟରେ ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ଘୋଷଣା କରାଯାଇଥିବା ଜଣାପଡିଛି | ତେବେ ଏହାର ପ୍ରତିବଦଳରେ ମଧ୍ୟ ଭାରତ ଫିଲିପାଇନ୍ସ ନାଗରିକମାନଙ୍କୁ ମାଗଣା ଇ-ଭିସା ସୁବିଧା ପ୍ରଦାନ କରିବ। ଅକ୍ଟୋବର 1ରୁ ଦିଲ୍ଲୀ ଏବଂ ମାନିଲା ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାକୁ ମଧ୍ୟ ନିଶ୍ଚିତ କରିଛନ୍ତି ସରକାର । ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ ନୂତନ ବିମାନ ସପ୍ତାହରେ ପାଞ୍ଚ ଥର ଚାଲିବ ଏହାଦ୍ୱାରା ପର୍ଯ୍ୟଟନ, ବାଣିଜ୍ୟ ଏବଂ କୂଟନୈତିକ ସମ୍ପର୍କକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଭାରତ ଏବଂ ଫିଲିପାଇନ୍ସ ଭବିଷ୍ୟତ ପାଇଁ ସେମାନଙ୍କର ସହଭାଗୀ ଦୃଷ୍ଟିକୋଣର ପ୍ରତୀକ ଭାବରେ ଏକ ମିଳିତ ଡାକଟିକଟ ପ୍ରକାଶନ ସହିତ 75 ବର୍ଷର କୂଟନୈତିକ ସମ୍ପର୍କକୁ ମଧ୍ୟ ମନେପକାଇଥିଲେ |